Below header

ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆ (SAI)ରେ ବିନା ପରୀକ୍ଷାରେ ମିଳିବ ଚାକିରି, ଜଲଦି କରନ୍ତୁ ଆବେଦନ

ଭାରତୀୟ ଖେଳ ପ୍ରାଧିକରଣ(SAI)ରେ ୟଙ୍ଗ ପ୍ରଫେସନାଲଙ୍କ ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଯେଉଁମାନେ ଆଜି ପର୍ଯ୍ଯନ୍ତ ଆବେଦନ କରିନାହାନ୍ତି, ସେମାନେ ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆର ଅଧିକାରକ ୱେବସାଇଟ sportauthorityindia.nic.in କୁ ଯାଇ ୨୫ ମାର୍ଚ୍ଚ ସୁଦ୍ଧା ଆବେଦନ କରଦିଅନ୍ତି। ସନ୍ଧ୍ଯା ୫ଟା ପୂର୍ବରୁ ଆବେଦନ କରିବା ଜରୁରୀ।

ଏହାଛଡା ଇଚ୍ଛୁକ ପ୍ରାର୍ଥୀ https://saijobs.sportsauthorityofindia.gov.in/saijobskheloindiaJC ଯାଇ ଆବେଦନ କରିପାରିବେ। ଏହା ସହିତ https://sportsauthorityofindia.nic.in କ୍ଲିକ କରି ଅଧିକାରକ ନୋଟିଫିକେସନ ଦେଖିପାରିବେ।
ଜରୁରୀ ତାରିଖ: ଅନଲାଇନ ଆବେଦନ କରିବାର ତାରିଖର ଶେଷ ତାରିଖ ୨୫ ମାର୍ଚ୍ଚ ସନ୍ଧ୍ଯା ୫ଟା ରହିଛି।

ପଦବୀ ବିବରଣୀ:

ୟଙ୍ଗ ପ୍ରଫେସନାଲ(ପରିଯୋଜନା ଏବଂ ବ୍ଯବସ୍ଥାପକ): ୨୮
ୟଙ୍ଗ ପ୍ରଫେସନାଲ (ଆଥଲେଟ ରିଲିସେନ ମ୍ଯାନେଜର): ୨୧
ୟଙ୍ଗ ପ୍ରଫେସନାଲ (ଆଇନ): ୫

ଶିକ୍ଷାଗତ ଯୋଗ୍ଯତା: ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ଯତାପ୍ରାପ୍ତ ବିଶ୍ବ ବିଦ୍ଯାଳୟରୁ ବିଟେକ/ଏମବିଏ/ପିଜିଡିଏମ୍ କିମ୍ବା ଏଲଏଲବି କରିଥିବା ଜରୁରୀ।

sports
photo credit: SAI

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ସୀମା ସର୍ବାଧିକ ୩୫ ବର୍ଷ ହୋଇଥିବା ଆବଶ୍ଯକ।

ଦରମା: ଏହି ପଦବୀରେ ନିଯୁକ୍ତ ପ୍ରାର୍ଥୀଙ୍କୁ ମାସିକ ୪୦,୦୦୦ ରୁ ୬୦,୦୦୦ ଟଙ୍କା ମିଳିବ।

ଚୟନ ପ୍ରକ୍ରିୟା: ଯୋଗ୍ଯ ପ୍ରାର୍ଥୀଙ୍କ ଚୟନ ମେରିଟ ଲିଷ୍ଟ ଏବଂ ଇଣ୍ଟରଭ୍ଯୁ ଆଧାରରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.