Below header

ଖେଚୁଡି ବଳିପଡିଥିଲେ ଚିନ୍ତା କରନ୍ତୁ ନାହିଁ, ମାତ୍ର ୧୫ ମିନିଟରେ ବନାନ୍ତୁ ଏମିତି ସ୍ବାଦିଷ୍ଟ କଟଲେଟ୍

ଭାରତୀୟ ବ୍ଯଞ୍ଜନ ମଧ୍ୟରେ ଖେଚୁଡି ସବୁଠାରୁ ହାଲୁକା ଏବଂ ସ୍ବାସ୍ଥ୍ଯ ପାଇଁ ଉତ୍ତମ ଖାଦ୍ୟ ମଧ୍ୟରେ ଅନ୍ଯତମ। କିନ୍ତୁ ଛୋଟ ଠାରୁ ଆରମ୍ଭ କରି ବଡ ପର୍ଯ୍ଯନ୍ତ ଖେଚୁଡି ଖାଇବାକୁ ସମସ୍ତେ ପସନ୍ଦ କରନ୍ତି ନାହିଁ। ଯଦି ଆପଣଙ୍କ ଘରେ ଏଭଳି ପିରସ୍ଥିତି ରହିଥାଏ, ତେବେ ଆପଣଙ୍କ ଏହି ସମସ୍ଯାର ସାମାଧାନ ଆମେ ଆଣିଛୁ। ଯଦି ଆପଣଙ୍କ ଘରେ ଖେଚୁଡି ବଳକା ରହିଯାଇଛି, ତେବେ ଏଥିରେ ମାତ୍ର ୧୫ ମିନିଟରେ ବନାଇପାରିବେ ସ୍ବାଦିଷ୍ଟ ଖେଚୁଡି। ଏହାକୁ ଖାଇବାକୁ ଆଉ କେହି ମନା କରିବେ ନାହିଁ। ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ…

ଆବଶ୍ଯକ ସାମଗ୍ରୀ: ବଳକା ଖେଚୁଡି, ୧/୩ କପ୍ ଦହି, ବଡ ଚାମଚ କର୍ଣ୍ଣଫ୍ଲୋର, ଛୋଟ କଟା ହୋଇଥିବା ଗୋଟେ ପିଆଜି, ୩ ବଡ ଚାମଚ ସୁଜି, ୨ଟି କଞ୍ଚାଲଙ୍କା, ୧ ବଡ ଚାମଚ ଧନିଆ ପାଉଡର, ୧ ବଡ ଚାମଚ ଲଙ୍କା ପାଉଡର, ଧନିଆପତ୍ର କଟା ହୋଇଥିବା, ଲୁଣ, ଏକ କପ୍ ତେଲ।

ପ୍ରସ୍ତୁତି ପ୍ରଣାଳୀ: ବଳକା ରହିଥିବା ଖେଚୁଡିରେ ଦହି ଏବଂ ସୁଜି ମିଶାଇ ଦିଅନ୍ତୁ। ସେଥିରେ ପିଆଜ, ଲଙ୍କା, କର୍ନଫ୍ଲୋର, ଧନିଆ ପାଉଡର, ଲୁଣ, ଲଙ୍କାଗୁଣ୍ଡ ଏବଂ ଧନିଆପତ୍ର ମିଶାଇ ଦିଅନ୍ତୁ। ଏହାକୁ ମିଶାଇ ୧୦ ମିନିଟ୍ ପର୍ଯ୍ଯନ୍ତ ରଖିଦିଅନ୍ତୁ। ଏମିତି କଲେ ସୁଜି ଭଲ ଭାବେ ଫୁଲି ଯିବ। ଏବେ ପ୍ଯାନରେ ତେଲ ଗରମ କରି ଏହି ମିଶ୍ରଣରେ କଟଲେଟ୍ ଟିକ୍କିକୁ ସୁନେଲୀ ରଙ୍ଗ ହେବା ପର୍ଯ୍ଯନ୍ତ ସେକନ୍ତୁ। ଏହାକୁ ଚଟଣୀ କିମ୍ବା ସସ୍ ସହିତ ଗରମ ଗରମ ପରଷନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.