Below header

ରାଜ୍ୟରେ ଚାଲିଥିବା ବେଆଇନ ଖଣି କାର୍ଯ୍ୟକଳାପ ଉପରେ ଲାଗିବ ରୋକ୍‌, ଦଣ୍ଡ ବ୍ୟବସ୍ଥାକୁ କରାଗଲା ଅଧିକ କଠୋର

ଭୁବନେଶ୍ବର: ବେଆଇନ ଖଣି କାର୍ଯ୍ୟକଳାପ ଉପରେ ଲାଗିବ ରୋକ୍‌ । ରାଜ୍ୟରେ ଚାଲିଥିବା ବେଆଇନ ଖଣି କାର୍ଯ୍ୟକଳାପ, ଖଣିଜ ଚୋରି ଓ ଚୋରା ଚାଲାଣ ଉପରେ ରୋକ୍‌ ଲଗାଯିବ । ଏଥିପାଇଁ ପୂର୍ବରୁ ଥିବା OMPTS ରୁଲ୍‌ ୨୦୨୧ରେ ଥିବା ଦଣ୍ଡ ବ୍ୟବସ୍ଥାକୁ ଅଧିକ କଠୋର କରାଯାଇଛି । ଜେଲ ଦଣ୍ଡର ଅବଧିକୁ ବର୍ଷକରୁ ୨ ବର୍ଷକୁ ବୃଦ୍ଧି କରାଯାଇଛି ।

ସେହିପରି ପୂର୍ବରୁ ଯେଉଁ ଅପରାଧ ପାଇଁ ୨୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଉଥିଲା, ତାହାକୁ ବହୁଗୁଣିତ କରାଯାଇଛି । ୨୫ ହଜାର ଜରିମାନା ରାଶିକୁ ୫ ଲକ୍ଷ ଟଙ୍କା ଏବଂ ୫୦୦ ଟଙ୍କା ଜରିମାନାକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏ ସମ୍ପର୍କୀତ ଏକ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି । ଏହି ନିୟମ କାର୍ଯ୍ୟକାରୀ ହେଲେ ଖଣି ସମ୍ପର୍କୀତ ବେନିୟମ କାରବାର ହ୍ରାସ ପାଇବା ସହ ରାଜସ୍ୱ ବୃଦ୍ଧି ପାଇବ ବୋଲି କୁହାଯାଇଛି ।

ସେହିପରି ଅନଲାଇନ୍‌ ପଦ୍ଧତିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଯନ୍ତ୍ରପାତିର ବ୍ୟବହାର ଦ୍ୱାରା ଅଧିକାଂଶ କାର୍ଯ୍ୟକଳାପକୁ ପରିଚାଳିତ କରାଯିବ । ଖଣି କାରବାରକୁ ଅଧିକ ସ୍ୱଚ୍ଛ, ସୁବ୍ୟବସ୍ଥିତ ଓ ଅଧିକ ଖଣି ରାଜସ୍ୱ ଆଦାୟରେ ସହାୟକ ହେବ । ନିୟମ ସଂଶୋଧନ ପରେ ଏଜେଣ୍ଟମାନେ ହସ୍ତକ୍ଷେପ କରିପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.