ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ଏବେ ବସ୍ତିବାସିନ୍ଦାଙ୍କୁ ଅତି କମରେ ୩୦ ବର୍ଗ ମିଟର ଜମି ମିଳିବ

ଭୁବନେଶ୍ବର: ବସ୍ତି ବାସିନ୍ଦଙ୍କୁ ଜମି ଅଧିକାର ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଏବେ ବସ୍ତିବାସିନ୍ଦାଙ୍କୁ ଅତି କମରେ ୩୦ ବର୍ଗ ମିଟର ଜମି ମିଳିବ । ପ୍ରକୃତରେ ଦଖଲରେ ଥିବା ଜମିର ପରିମାଣ ଯଦି ୩୦ମିଟରରୁ କମ ହୋଇଥିବ ଏବଂ ତାଙ୍କ ଜମିକୁ ଲାଗି କରି କିଛି ଜମି ଥାଏ, ତାହେଲେ ତାଙ୍କୁ ୩୦ ବର୍ଗ ମିଟର ଜମି ଦିଆଯିବାକୁ ବ୍ୟବସ୍ଥା କରାଯିବ ।

ରାଜ୍ୟ କ୍ୟାବିନେଟରେ ବସ୍ତିବାସିନ୍ଦାଙ୍କ ପାଇଁ ଜମି ଅଧିକାର ଅଧିନିୟମ ୨୦୧୭ରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ଦେଇଛି । ଏହି ପଦକ୍ଷେପ ପରେ ବସ୍ତି ବାସିନ୍ଦା ଆଉ ଏକ ବଡ଼ ସୁବିଧା ପାଇବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ୟ ସରକାରୀ ବାସଗୃହ ଯୋଜନାରେ ସାମିଲ ହେବାର ଯୋଗ୍ୟତା ହାସଲ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.