ଧାର ଟଙ୍କା ମାଗିବାରୁ ସୁବର୍ଣ୍ଣପୁର ଆମ୍ବସରଭଟା ଗାଁରେ ଗୁଳିମାଡ଼, ଜଣେ ଗୁରତର

ସୁବର୍ଣ୍ଣପୁର: ଧାର ଟଙ୍କା ମାଗିବାରୁ ଗୁଳି। ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପିତାମହୁଲ ରାସ୍ତା ଆମ୍ବସରଭଟା ନିକଟ ଗାଁ ମୁଣ୍ଡରେ ଗୁଳିମାଡ଼ ହୋଇଛି। ଗୁଳିମାଡରେ ଜଣେ ଗୁରୁତର ହୋଇଥିବା ସୂଚନା । ଗୁରୁତର ଜଣକ ହେଲେ ଅଡାଲ ଗାଁର ପ୍ରଭଞ୍ଜନ ପଧାନ। କାଶଲପୁର ଗାଁର ଚକ୍ର ପାତ୍ର ନାମକ ଜଣେ ଯୁବକ ପ୍ରଭଞ୍ଜନଙ୍କଠାରୁ ଦେଢ ଲକ୍ଷ ଟଙ୍କା ହାତ ଉଦ୍ଧାରି ନେଇଥିଲା।

ଆଜି ପ୍ରଭଞ୍ଜନ ଆମ୍ବସରଭଟା ନିକଟରେ ଚକ୍ର ପାତ୍ରକୁ ଦେଖି ଟଙ୍କା ମାଗିଥିଲେ। ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଫଳରେ ହଠାତ୍‌ ଚକ୍ର ଏକ ପିସ୍ତଲ ବାହାର କରି ପ୍ରଭଞ୍ଜନଙ୍କ ଉପରକୁ ଗୁଳିମାଡ଼ କରିଥିଲା। ଗୁଳିଟି ପ୍ରଭଞ୍ଜନଙ୍କର ମୁଣ୍ଡରେ ବାଜି ବାହାରି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୁବଳୟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୋନପୁର ଡାକ୍ତରଖାନାକୁ ଅଣାଯାଇଛି। ସୁବଳୟା ପୋଲିସ ଖବର ପାଇଁ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.