Below header

ପୁରୀ ଲୋକସଭା ପ୍ରାର୍ଥୀ ଡା.ସମ୍ବିତ୍ ପାତ୍ରଙ୍କ ମହାନତା, ନିଜେ ଆମ୍ବୁଲାନ୍ସରେ ବସି ରୋଗୀକୁ ନେଲେ ଚିକିତ୍ସା ପାଇଁ

ଟାଙ୍ଗୀ:  ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅଧିନସ୍ଥ ଆଙ୍କୁଲା ଗ୍ରାମର ସନ୍ତୋଷ ବାରିକ, ବୟସ ୩୨ ବର୍ଷ ହେବ । ପରିବାର କହିଲେ ୬୨ବର୍ଷର ବୃଦ୍ଧ ବାପା , ୫୮ ବର୍ଷର ମା। କୁଳ ବେଉସା କହିଲେ ଚୁଟି ଦାଢି କାଟି ଦିପଇସା ରୋଜଗାର କରିବା । ବହୁ ଦୁଖଃ କଷ୍ଟରେ ପରିବାର ଚଳାଇ ଆସୁଥିଲେ ବାପା ଅଇଠି ବାରିକ । ପାରିବାର ଅଭାବକୁ ଅନୁଭବ କରି ୧୫ବର୍ଷ ବୟସରଙ୍କ ସନ୍ତୋଷ ପାଠ ପାଢାରେ ଡୋରି ବାନ୍ଧି, ବାଲଗାଁ ବଜାରରେ କୁଳ ବେଉସା ଚୁଟି ଦାଢି କାଟିବା କାମ ଆରମ୍ଭ କଲେ ।

ସବୁ ଠିକ୍‌ଠାକ୍ ଥିଲା। ହଠାତ୍ ୨୦୦୩ ମସିହାରେ ତାଙ୍କୁ କମ୍ପ ଜ୍ବର ଆସିଲା । ଏହା ପରେ ବାରମ୍ବାର ଜ୍ବର ଲାଗି ରହିଲା । ପରୀକ୍ଷା ପରେ ଜଣା ପଡିଲା  ସନ୍ତୋଷ ଫାଲେରିଆ ରୋଗ ଆକ୍ରାନ୍ତ। ଏହାପରେ ବହୁ ଆଡୁ ଚିକିତ୍ସା କରିଥିଲେ ସୁଦ୍ଧା କିଛି ସୁଫଳ ମିଳି ନଥିଲା । ଏହା ପରେ ସେ ବାଲୁଗାଁ ରୁ ଦୋକାନ ବନ୍ଦ କରି ନିଜ ଗାଁ ଆଙ୍କୁଲାରେ ଏକ ଛୋଟ କ୍ୟାବିନ ପକାଇ କାମ ଆରମ୍ଭ କଲେ । କିନ୍ତୁ ଡାହାଣ ଗୋଡ ଫୁଲିବାକୁ ଆରମ୍ଭ କରିଥିଲା ।

୮୦ କେଜିର ମାସଂ ପୁଣ୍ଡୁଳା ଦିନକୁ ଦିନ ବଢିବାରେ ଲାଗିଛି । ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ । ସମସ୍ତ ଗଣମାଧ୍ୟମ ଓ ଖବର କାଗଜରେ ଏ ସମ୍ପର୍କରେ ପ୍ରସାରଣ କରାଯାଇଥିଲା । ତେବେ ଦିର୍ଘ ୨ମାସ ପରେ ଖବର ପାଇ ତୁରନ୍ତ ଆଜି ପୁରୀ ଲୋକସଭା ପ୍ରାର୍ଥୀ ଡା.ସମ୍ବିତ୍ ପାତ୍ର ସନ୍ତୋଷଙ୍କ ଘରେ ପହଚିଂ ଆମ୍ବୁଲାନସ୍ ରେ ସନ୍ତୋଷର ଚିକିତ୍ସା ପାଇଁ ଭୁବନେଶ୍ୱରକୁ ନେଇଛନ୍ତି । ଡା.ସମ୍ବିତ୍ ପାତ୍ରଙ୍କ ମହାନତା ପାଇଁ ସ୍ଥାନୀୟ ବାସିନ୍ଦା ତାଙ୍କୁ ଖୁବ୍ ପ୍ରଶଂଶା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.