Below header

ଓଡ଼ିଶା ଇନଫ୍ରାଟେକ୍‌ ନିର୍ଦ୍ଦେଶକ ପଦ ଏବଂ ଓଟିଭି ସିଏଫଓ ପଦରୁ ଇସ୍ତଫା ଦେଲେ ମନୋରଞ୍ଜନ ଷଡଙ୍ଗୀ, ସାରୁଅ ଦୁର୍ନୀତି ମାମଲାରେ ହୋଇଥିଲେ ଗିରଫ

କେନ୍ୟୁଜ୍(ବ୍ୟୁରୋ):  ସାରୁଅ ଜମି ଦୁର୍ନୀତି ମାମଲାରେ ଗିରଫ ମନୋରଞ୍ଜନ ଷଡଙ୍ଗୀଙ୍କ ନିଜ ପଦରୁ ଇସ୍ତଫା । ଓଡ଼ିଶା ଇନଫ୍ରାଟେକ୍‌ ନିର୍ଦ୍ଦେଶକ ପଦ ଏବଂ ଓଟିଭି ସିଏଫଓ ପଦରୁ ଇସ୍ତଫା ଦେଇଛନ୍ତି ମନୋରଞ୍ଜନ ଷଡଙ୍ଗୀ । ଏହାପରେ ମହା ଖୁଲାସା କରିଛନ୍ତି ମନୋରଞ୍ଜନ ଷଡଙ୍ଗୀଙ୍କ ଶଳା ହରି ମିଶ୍ର । କହିଛନ୍ତି, ସରଳତାର ସୁଯୋଗ ନେଇ ତାଙ୍କୁ ଫସାଇ ଦିଆଯାଇଛି । ମନୋରଞ୍ଜନ ୨୦୦୮ରେ ଓମଫେଡ ଛାଡି ଓରଟେଲ୍‌ରେ ଯୋଗ ଦେଇଥିଲେ । ମହୁ ଖାଇଲା କିଏ ମାଛି କାମୁଡିଲା କାହାକୁ ବୋଲି କହି ଆକ୍ଷେପ କରିଛନ୍ତି । ସେ ଗ୍ରାଉଣ୍ଡ ଲେବଲରୁ ଉଠିଛନ୍ତି । ଏକ ନିର୍ଦ୍ଧିଷ୍ଟ ପୁଞ୍ଜିପତି ନିଜକୁ ଧନୀ କରିବା ପାଇଁ ମନୋରଞ୍ଜନ ଷଡଙ୍ଗୀଙ୍କୁ ମୋହରା କରିଛନ୍ତି ।

୨୦୦୮ ରୁ ୧୧ ଯାଏ ଓରଟେଲରେ ଥିଲେ । ସରଳତାର ସୁଯୋଗ ନେଇ ଓଟିଭିର ପ୍ରତିଷ୍ଠାତା ମନୋରଞ୍ଜନଙ୍କୁ ସରକାରୀ ଚାକିରି ଛଡାଇ ନେଇ ଓଟିଭିରେ ବହୁ ଗୁରୁ ଦାୟିତ୍ୱ ଦେଇଥିଲେ। ଜଗି ପଣ୍ଡା ନିଜେ ବଞ୍ଚିବା ପାଇଁ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ । ୨୦୦୭ରେ ମନୋରଞ୍ଜନଙ୍କୁ ଓରଟେଲରେ ନିଯୁକ୍ତି କରାଇଥିଲେ ଜଗି ପଣ୍ଡା ଓ ବିଭୁ ରଥ । ଯେଉଁମାନେ ପ୍ରକୃତରେ ଦୋଷୀ ତାଙ୍କୁ ପୋଲିସ ପଚାର ଉଚରା କଲେ ସବୁ ସତ ବାହାରକୁ ଆସିବ ବୋଲି କହିଛନ୍ତି ହରି ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.