WhatsApp Pay: କିପରି କରିବେ ହ୍ଵାଟ୍ସଆପରେ ପେମେଣ୍ଟର ଆରମ୍ଭ, ଏଠାରେ ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ

ଭାରତରେ ହ୍ଵାଟ୍ସଆପ ପେମେଣ୍ଟ ଫିଚର WhatsApp Pay ଲଞ୍ଚ କରାଯାଇଛି । ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କ କହିବା ଅନୁଯାୟୀ ଟଙ୍କା ପଠାଇବା କିମ୍ବା ରିସିଭ କରିବା ପାଇଁ ହ୍ଵାଟ୍ସଆପ କୌଣସି ଶୁଳ୍କ ଆଦାୟ କରିବ ନାହିଁ । ଅନେକ ଲୋକ WhatsApp Payର ଆରମ୍ଭ ମଧ୍ୟ କରିଦେଇଛନ୍ତି, କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ଏହି ଫିଚର ବିଷୟରେ ଜାଣି ନାହାଁନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ କିପରି ଆପଣ ହ୍ଵାଟ୍ସଆପରେ କରିବେ ଟଙ୍କା ଟ୍ରାନ୍ସଫର ।

how to send money through whatsapp

ସର୍ବପ୍ରଥମେ ଆପଣ ନିଜର ହ୍ଵାଟ୍ସଆପ ଆପକୁ ଅପଡେଟ୍ କରନ୍ତୁ । ଏହା ପରେ ହ୍ଵାଟ୍ସଆପ ଖୋଲି ସେଟିଂକୁ ଯାଆନ୍ତୁ । ସେଠାରେ ଆପଣ ଏକ Paymentର ବିକଳ୍ପ ଦେଖିବେ ।

how to send money through whatsapp pay

ବର୍ତ୍ତମାନ ପେମେଣ୍ଟ ଉପରେ କ୍ଲିକ୍ କଲେ ଆପଣ New Paymet ଏବଂ Add Payment Method ବିକଳ୍ପ ପାଇବେ । Add Payment Method ଉପରେ କ୍ଲିକ୍ କଲେ ଆପଣ ଅନେକ ବ୍ୟାଙ୍କର ନାମ ଦେଖିବେ । ବର୍ତ୍ତମାନ ନିଜର ବ୍ୟାଙ୍କ ଚୟନ କରନ୍ତୁ ।

whatsapp pay

ଏହା ପରେ, ଆପଣଙ୍କ ଫୋନରେ ଏକ ଭେରିଫିକେସନ ମେସେଜ ଆସିବ । ଏହା ପରେ ଆପଣଙ୍କୁ UPI PIN ଦେବାକୁ ପଡିବ ।

Whastapp pay

ବର୍ତ୍ତମାନ କାହାକୁ ପେମେଂଟ କରିବାକୁ ହେଲେ ସେହି ବ୍ୟକ୍ତିଙ୍କ ଚାଟ୍ ଖୋଲନ୍ତୁ ଏବଂ ଆଟାଚମେଣ୍ଟ ଆଇକନ୍ (ଫଟୋ, ଭିଡିଓ ପଠାଉଥିବା ଆଇକନ୍) ଉପରେ ଟ୍ୟାପ୍ କରନ୍ତୁ । ସେଠାରେ ଆପଣ ଏକ ପେମେଣ୍ଟ ଅପ୍ସନ ଦେଖିବେ ଏବଂ ଏଠାରେ ଆପଣ ପେମେଂଟ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.