Below header

ମାଲକାନଗିରିରେ ମାଓବାଦୀଙ୍କ ସ୍ଥାୟୀ ଅଫିସ୍, ଯେଉଁଠାରେ ରହିଛି ନକ୍ସଲଙ୍କ ପାଠଶାଳା

ମାଲକାନଗିରି: ମାଓଗଡ଼ ମାଲକାନଗିରିରେ ମାଓବାଦୀଙ୍କ ସ୍ଥାୟୀ ଅଫିସ। ଆଉ ଏହା ଭିତରେ ରହିଛି ନକ୍ସଲଙ୍କ ପାଠଶାଳା। ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ପ୍ରତିହତ କରିବାକୁ ଶିଖୁଛନ୍ତି କୌଶଳ। ଜିଲ୍ଲା ସଦର ମହକୁମା ଠାରୁ ଦୀର୍ଘ ୯୦କିମି ବାଇକରେ ଯିବା ପରେ ପୁଣି ଜଳପଥରେ ୬୦କିମି ଅତିକ୍ରମ କରିବା ପରେ ଚାଲିବାକୁ ପଡ଼ିଥିଲା ୩କିମିରୁ ଅଧିକ ରାସ୍ତା ଯିବାପରେ ପଡେ ମାଓବାଦୀଙ୍କ ପାଠଶାଳା। ଜନତାଙ୍କ ଶିକ୍ଷା ପାଠଶାଳା ନାମରେ ଏହି କୋଠା ବେଶ ସଫାସୁତୁରା ପରିବେଶରେ ରହିଛି। କୋଠାର ଚାରିପାଖରେ ଜାଲି ଲାଗି ପ୍ରତି କୋଣରେ ତିଆରି ହୋଇଛି ସେଣ୍ଟ୍ରିଂ ପୋଷ୍ଟ।

ତେବେ ଏହା କେବଳ ମାଓ ପାଠଶାଳା ନୁହେଁ, ଏହାକୁ ନକ୍ସଲଙ୍କ ସହିଦ ଭବନ ଭାବେ ମଧ୍ୟ ବ୍ୟବହାର କରାଯାଉଛି। ଏହା ମଧ୍ୟରେ ରାମାଗୁଡ଼ା ଏନକାଉଣ୍ଟରରେ ପ୍ରାଣ ହରାଇଥିବା ୩୦ଜଣ ନକ୍ସଲଙ୍କ ଫଟୋକୁ ମଧ୍ୟ ସଜାଇ ରଖାଯାଇଛି। ଏଭଳି ଅପହଞ୍ଚ ଜାଗାକୁ କିନ୍ତୁ ବିଜୁଳି ଯୋଗାଣ ରହିଛି। ପ୍ରତିବର୍ଷ ସହିଦ ସପ୍ତାହ ସମୟରେ ଏଠାରେ ନକ୍ସଲମାନେ ଏକତ୍ରିତ ହୋଇଥାନ୍ତି। ପ୍ରଜାକୋର୍ଟ ମଧ୍ୟ ଏଠାରେ ବସିଥାଏ। ତେବେ ସ୍ୱାଭିମାନ ଅଞ୍ଚଳରେ ନକ୍ସଲଙ୍କ ଏଭଳି କୋଠା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.