ଡୋପ ଟେଷ୍ଟରେ ଧରାପଡ଼ିଲେ ଓଡ଼ିଆ ଭାରୋତ୍ତୋଳକ କେ. ରବି କୁମାର, ୪ବର୍ଷ ବାସନ୍ଦ କଲା ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି-ନାଡା

ଭୁବନେଶ୍ବର: ଡୋପ ଟେଷ୍ଟରେ ଧରାପଡ଼ିଲେ ଭାରୋତ୍ତୋଳକ କେ. ରବି କୁମାର। ଏନେଇ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍‌ସି- ନାଡା ରବିକୁମାରଙ୍କୁ ୪ବର୍ଷ ପାଇଁ ବାସନ୍ଦ କରିଛି। ତାଙ୍କ ସହ ଆଉ ୪ଜଣ ଖେଳାଳିଙ୍କୁ ମଧ୍ୟ ବାସନ୍ଦ କରାଯାଇଛି। ସେମାନେ ହେଲେ ପୂର୍ଣ୍ଣିମା ପାଣ୍ଡେ, ଡିସକ୍‌ସ ଥ୍ରୋ ଖେଳାଳି ଧରମ ରାଜ ଯାଦବ, ସ୍ପ୍ରିଣ୍ଟର ସଞ୍ଜିତ ଓ ଭାରୋତ୍ତୋଳକ ଗୁଲ୍‌ମେର ସିଂ। ୪ବର୍ଷ ବାସନ୍ଦ ହେବା ପରେ ଆସନ୍ତା ବର୍ଷ ଟୋକିଓରେ ହେବାକୁ ଥିବା ଅଲମ୍ପିକ୍‌ରୁ ବାଦ ପଡ଼ିପାରନ୍ତି ବୋଲି ଜଣାପଡ଼ିଛି। ୨୦୧୦ କମନୱେଲ୍‌ଥ ଗେମ୍‌ସର ୬୯ କିଲୋ ବର୍ଗରେ ସ୍ୱର୍ଣ୍ଣପଦକ ଲାଭ କରିଥିଲେ ରବିକୁମାର। ସେହିପରି ୨୦୧୪ରେ ୭୭ କିଲୋ ବର୍ଗରେ ସେ ରୌପ୍ୟ ପଦକ ହାସଲ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.