ରିଲିଜ ହେଲା ‘ପତି ପତ୍ନୀ ଔର ୱ’ର ଟ୍ରେଲର, ଘରେ ଓ ବାହାରେ ଦୁଇଆଡ଼େ ପ୍ରେମ କରୁଛନ୍ତି କାର୍ତ୍ତିକ ଆରିୟନ

କାର୍ତ୍ତିକ ଆରିୟନ, ଭୂମି ପେଡନେକର ଏବଂ ଅନନ୍ୟା ପାଣ୍ଡେଙ୍କର ଫିଲ୍ମ ‘ପତି ପତ୍ନୀ ଔର ବୋ’ର ଟ୍ରେଲର ରିଲିଜ ହୋଇସାରିଛି । ଫିଲ୍ମରେ ଏହି ତିନିଜଣଙ୍କ କାହାଣୀ ଆପଣଙ୍କୁ ବହୁତ ହସାଇବାକୁ ଯାଉଛି । ଟ୍ରେଲରରେ ଦେଖିବାକୁ ମିଳିଛି ଯେ ବିବାହିତ ଚିଣ୍ଟୁ ତ୍ୟାଗୀ(କାର୍ତ୍ତିକ ଆରିୟନ) ନିଜ ଅଫିସକୁ ଆସିଥିବା ଏକ ଯୁବତୀ ତପସ୍ୟା(ଅନନ୍ୟା ପାଣ୍ଡେ)ଙ୍କୁ ଭଲପାଇ ବସିଛନ୍ତି । ଏହାପରେ ତାଙ୍କର ପତ୍ନୀ ବେଦିକା(ଭୂମି ପେଡନେକର), ତପସ୍ୟା ଓ ଚିଣ୍ଟୁ ତ୍ୟାଗୀଙ୍କ ମଧ୍ୟରେ କାହାଣୀ ଆରମ୍ଭ ହେଉଛି ।

Image result for pati patni aur woh

ଫିଲ୍ମରେ କାର୍ତ୍ତିକ ଆରିୟନଙ୍କ ବନ୍ଧୁ ହୋଇଥିବା ଅପାରଶକ୍ତି ଖୁରାନା ମଧ୍ୟ ତାଙ୍କ ଜୀବନରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଫିଲ୍ମର ଡାଇଲଗ ଗୁଡିକ ନିଶ୍ଚିତ ଭାବେ ଆପଣଙ୍କୁ ପସନ୍ଦ ଆସିବ ଏବଂ ଏହି ଫିଲ୍ମରେ ଦର୍ଶକ ମାନଙ୍କୁ ପୁଣିଥରେ ଗୀତ ”ଆଖିୟୋ ସେ ଗୋଲି ମାରେ..” ମଧ୍ୟ ଶୁଣିବାକୁ ମିଳିବ ।

ଏହାସହ ପଢନ୍ତୁ ସେଲିବ୍ରିଟି ହେବା ପରେ ରାନୁଙ୍କୁ ଆଉ ମାରି ହେଉନି ହାତ, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଭିଡିଓ

Image result for pati patni aur woh

ଡ଼ାଇରେକ୍ଟର ମୁଦସ୍ସର ଅଜିଜଙ୍କର ଏହି ଫିଲ୍ମ ଡିସେମ୍ବର ୬ ତାରିଖରେ ରିଲିଜ ହେବାକୁ ଯାଉଛି । ଏହି ରୋମାଣ୍ଟିକ କମେଡି ଫିଲ୍ମରେ ପ୍ରଥମଥର ପାଇଁ ଏହି ତିନିଜଣ ଷ୍ଟାରଙ୍କୁ ସ୍କ୍ରିନ ସେୟାର କରିଥିବା ଦେଖିବାକୁ ମିଳିବ । ଏଠାରେ କହି ରଖିବାକୁ ଚାଁହୁଛୁ ଯେ ‘ପତି ପତ୍ନୀ ଔର ବୋ’ ୧୯୭୮ ମସିହାରେ ଆସିଥିବା ଚଳଚ୍ଚିତ୍ର ‘ପତି ପତ୍ନୀ ଔର ବୋ’ର ଆଡ଼ପସନ ଅଟେ । ଯେଉଁଥିରେ ସଂଜୀବ କୁମାର, ବିଦ୍ୟା ସିହ୍ନା ଏବଂ ରଂଜିତା କୌର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.