Below header

ଆନ୍ଧ୍ର ଓଡ଼ିଶା ବର୍ଡର ଜୋନା କମିଟି ମାଓ ସଂଗଠନ ପକ୍ଷରୁ ଧମକପୂର୍ଣ୍ଣ ପୋଷ୍ଟର, ମାଓ ବିରୋଧୀ ଲୋକଙ୍କୁ ଦିଆଯାଇଛି ଚେତାବନୀ

ମାଲକାନଗିରି(କେନ୍ୟୁଜ୍): ଆନ୍ଧ୍ର ଓଡ଼ିଶା ବର୍ଡର ଜୋନା କମିଟି ମାଓ ସଂଗଠନ ପକ୍ଷରୁ ଧମକପୂର୍ଣ୍ଣ ମାଓ ପୋଷ୍ଟର । ଚିତ୍ରକୋଣ୍ଡାରୁ ଆସୁଥିବା ଏକ ଯାତ୍ରୀବାହୀ ଲଞ୍ଚରେ ମାଓ ପୋଷ୍ଟର ଲଗାଯାଇଛି । ପୋଷ୍ଟରରେ ମାଓ ବିରୋଧୀ ଲୋକଙ୍କୁ ଚେତାବନୀ ଦିଆଯାଇଛି । ଗତ ମାସ ୨୫ ତାରିଖରେ ଜନ୍ତୁରାଇ ଗାଁ ଲୋକଙ୍କ ଦ୍ୱାରା ମାଓ ବିରୋଧୀ ଆକ୍ରମଣରେ ଜଣେ ମାଓ କମ୍ରେଡର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲା । ଗାଁ ଲୋକଙ୍କୁ ପୋଲିସ କେତେ ଦିନ ସୁରକ୍ଷା ଦେବ, ନିଜ ଭୁଲ ବୁଝି ମାଓ ସଂଗଠନ ନିକଟର କ୍ଷମା ମାଗ ନହେଲେ ପ୍ରଜା କୋର୍ଟରେ ଦଣ୍ଡ ଦିଆଯିବ ବୋଲି କୁହାଯାଇଛି । ଏଭଳି ପୋଷ୍ଟରକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.