ନିର୍ଭୟା ମାମଲା: ତଳ କୋର୍ଟ ଜାରି କରିଥିବା ଫାଶୀ ସ୍ଥଗିତାଦେଶ ଉପରେ ଆଜି ଶୁଣାଣି

ନୂଆଦିଲ୍ଲୀ(କେନ୍ୟୁଜ୍): ତଳ କୋର୍ଟ ଜାରି କରିଥିବା ଫାଶୀ ସ୍ଥଗିତାଦେଶ ଉପରେ ଆଜି ଶୁଣାଣି ହେବ । ଦିଲ୍ଲୀ ହାଇକୋର୍ଟ ଏହାର ଶୁଣାଣି କରିବେ । ଦୋଷୀଙ୍କ ଡେଥ୍‌ ଓ୍ଵାରେଣ୍ଟ ଉପରେ ରହିତାଦେଶ ଉପରେ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି କେନ୍ଦ୍ର ସରକାର । ନିର୍ଭୟା ଦୋଷୀଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଅଲଗା ଫାଶୀ ଦେବା ପାଇଁ ସରକାରଙ୍କ ପକ୍ଷରୁ ଆବେଦନ ହୋଇଛି । ଏହି ଆବେଦନ ଆଧାରରେ ଆଜି ଦିଲ୍ଲୀ ହାଇକୋର୍ଟ ସ୍ୱତନ୍ତ୍ର ଶୁଣାଣି କରିବେ । ଆଜି ଅପରାହ୍ନ ତିନିଟାରେ ଏହି ମାମଲାର ଶୁଣାଣି ହେବ ।

nirvayaଗତକାଲି ସଲିସିଟର ଜେନେରାଲ ତୁଷାର ମେହେଟା ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ, ଆଇନ ବ୍ୟବସ୍ଥାରେ ଥିବା ଫାଙ୍କରୁ ଦୋଷୀମାନେ ଫାଇଦା ଉଠାଉଛନ୍ତି । ଜାଣିଶୁଣି ଫାଶୀଦଣ୍ଡ କାର୍ଯ୍ୟକାରୀ କରିବା ପ୍ରକ୍ରିୟାରେ ବିଳମ୍ବ କରୁଛନ୍ତି । ଏହି ମାମଲାରେ ତିହାର ଜେଲ୍‌ କର୍ତ୍ତୃପକ୍ଷ କୋର୍ଟଙ୍କ ନିର୍ଦ୍ଦେଶ ଲୋଡିବା ପରେ ୪ ଦୋଷୀଙ୍କୁ ନୋଟିସ୍‌ ଜାରି କରାଯାଇଛି । ଫେବ୍ରୁଆରୀ ୧ ତାରିଖରେ ଫାଶୀ ପାଇଁ ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଥିଲା । ଦିନକ ପୂର୍ବରୁ ଏଥିରେ ସ୍ଥଗିତାଦେଶ ଲଗାଇଥିଲେ ପଟିଆଲା ହାଉସକୋର୍ଟ ।ସେପଟେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି ଅକ୍ଷୟ ସିଂହ । ପୂର୍ବରୁ ଅକ୍ଷରର କ୍ୟୁରେଟିଭ ପିଟିସନ ଖାରଜ ହୋଇସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.