ରାୟଗଡ଼ା ରାମନାକୁପୁଲ ଗାଁ ନିକଟରେ ମାଓ ପୋଷ୍ଟର

ରାୟଗଡ଼ା(କେନ୍ଯୁଜ୍): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରାମନାକୁପୁଲ ଗାଁ ନିକଟରେ ମାଓ ପୋଷ୍ଟର । ବିଭିନ୍ନ ପ୍ରସଙ୍ଗକୁ ନେଇ ମାଓବାଦୀମାନେ ୨ଟି ବ୍ୟାନର ଓ ୬ଟି ପୋଷ୍ଟର ଲଗାଇଛନ୍ତି । CPF ମାଓବାଦୀ ଓଡ଼ିଶା ରାଜ୍ୟ ଶାଖା କମିଟି ନାଁରେ ଲଗାଯାଇଛି ଏହି ପୋଷ୍ଟର । କଳାହାଣ୍ଡି ଜିଲ୍ଲାର ତ୍ରିଲୋଚନପୁର ପଞ୍ଚାୟତ କାର୍ଯ୍ୟାଳୟରୁ CRPF ହଟାଇବା ପାଇଁ ଦାବି କରାଯାଇଛି । କଶ୍ମୀରବାସୀଙ୍କ ଉପରେ କେନ୍ଦ୍ର ସରକାର ଜୁଲମ୍ ବନ୍ଦ କରିବା ପାଇଁ ମଧ୍ୟ ପୋଷ୍ଟରରେ ଉଲ୍ଲେଖ ରହିଛି । ମାଓ ପୋଷ୍ଟର ଓ ବ୍ୟାନର ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି ।