କନ୍ଧମାଳ: ବାରଖମାରୁ ଖମନଖୋଲ ରାସ୍ତାରେ ମାଓବାଦୀଙ୍କ ଧାରଣା, ଗଛ କାଟି କଲେ ରାସ୍ତା ଅବରୋଧ

କନ୍ଧମାଳ(କେନ୍ୟୁଜ୍) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାରଖମାରୁ ଖମନଖୋଲ ରାସ୍ତାରେ ମାଓବାଦୀଙ୍କ ରାସ୍ତା ଅବରୋଧ । ଗଛ କାଟି ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ । ଫଳରେ ବାଲିଗୁଡାରୁ ଲଣ୍ଡାଗାଁ ଦେଇ ବୌଦ୍ଧ, କଣ୍ଟାମାଳ, ବଲାଙ୍ଗିର ଜିଲ୍ଲାକୁ ଗାଡି ଚଳାଚଳ ବନ୍ଦ ରହିଛି । KKBN ମାଓ ଡିଭିଜନ ପକ୍ଷରୁ ଏକାଧିକ ପୋଷ୍ଟର ମଧ୍ୟ ଲଗା ଯାଇଛି ।

ସୁଦୃକୁମ୍ପାରେ ସହିଦ ସାଥୀଙ୍କ ଉଦ୍ଦେଶ୍ୟରେ ମେ ୧୫କୁ ୨୪ ଘଣ୍ଟା ବନ୍ଦ ପାଳନକୁ ସଫଳ କରିବାକୁ ପୋଷ୍ଟରରେ ଆହ୍ଵାନ ଦିଆଯାଇଛି । ଏହାସହ ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା ରିଙ୍କି ରାକେଶଙ୍କୁ ଜନତା କ୍ଷମା ନ ଦେବାକୁ କୁହାଯାଇଛି । ପୋଷ୍ଟର ଓ ରାସ୍ତା ଅବରୋଧକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.