Below header

ମୁମ୍ବାଇ ଇଣ୍ଡିଆନ୍ସକୁ ବିପୁଳ ସମ୍ବର୍ଦ୍ଧନା, ନୀତା ଅମ୍ବାନୀ ଦେଲେ ବିରାଟ ଭୋଜି

ମୁମ୍ବାଇ : ଗତ ୧୨ ତାରିଖ ଦିନ ହାଇଦ୍ରାବାଦରେ ଖେଳା ଯାଇଥିବା ଆଇପିଏଲ୍‌ ଫାଇନାଲ୍‌ରେ ଚେନ୍ନାଇକୁ ହରାଇ ଚାମ୍ପିଅନ୍‌ ହୋଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଚାମ୍ପିଅନ୍‌ ଦଳ ସୋମବାର ଦିନ ମୁମ୍ବାଇ ଫେରିଥିଲା । ଟିମ୍‌ର ମାଲିକ ନୀତା ଅମ୍ବାନୀ ଓ ସ୍ୱାମୀ ରିଲାୟନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ ଦଳକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ସନ୍ଧ୍ୟାରେ ଦଳ ପହଞ୍ଚିବା ପରେ ସେମାନଙ୍କୁ ଏକ ଖୋଲା ବସ୍‌ରେ ଶୋଭାଯାତ୍ରାରେ ନିଆଯାଇଥିଲା । ରାସ୍ତାରେ ହଜାର ହଜାର କ୍ରିକେଟ୍‌ ପ୍ରେମୀ ସେମାନଙ୍କୁ ସ୍ୱାଗତ କରିଥିଲେ ।

mumbai indians-2
ଏହି ଶୋଭାଯାତ୍ରା ମୁକେଶ ଅମ୍ବାନୀଙ୍କ ଘର ଏଣ୍ଟିଲିଆରୁ ଆରମ୍ଭ ହୋଇ ନରିମାନ୍‌ ପଏଣ୍ଟ ପର୍ଯ୍ୟନ୍ତ ଚାଲିଥିଲା । ତା ପରେ ଏଣ୍ଟିଲିଆରେ ଏକ ବଡ଼ ସମ୍ବର୍ଦ୍ଧନା ଉତ୍ସବ ମଧ୍ୟ ଆୟୋଜିତ ହୋଇଥିଲା । ଯେଉଁଥିରେ ଦଳର ସମସ୍ତ ଖେଳାଳି, ସଚିନ ତେନ୍ଦୁଲକର ଓ ପତ୍ନୀ ଅଞ୍ଜଳି, ନୀତା ଓ ମୁକେଶ ଅମ୍ବାନୀ ପ୍ରମୁଖ ଯୋଗ ଦେଇଥିଲେ ।

mumbai indians-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.