ସ୍ତ୍ରୀ’କୁ ମିଳିଲା ପାଠପଢାର ପୁରସ୍କାର , ଯାହାକୁ ଶୁଣିଲେ ଟାଙ୍କୁରି ଉଠିବ ଆପଣଙ୍କ ଲୋମ

ସ୍ବାମୀ ସ୍ତ୍ରୀର ସମ୍ପର୍କର ପ୍ରଥମ ପାହାଚ ହେଉଛି ବନ୍ଧୁତ୍ବ । ପର ଘରୁ ଆସିଥିବା ଏକ ଝିଅ ନିଜ ଶାଶୂ ଘରେ ପ୍ରଥମେ ନିଜ ସ୍ବାମୀ ସହିତ ଅଧିକ ପରିଚିତ ହୋଇଥାଏ । ନିଜ ମନ କଥା ପ୍ରଥମେ ସେ ନିଜ ସ୍ବାମୀ ଆଗରେ ବଖାଣିଥାଏ । କାହିଁକି ନା ବାପା ମା’ଙ୍କ ପରେ ସ୍ବାମୀ ହିଁ ଗୋଟେ ଝିଅର ମନ କଥାକୁ ଭଲରେ ବୁଝି ପାରିଥାଏ ।

Brideହେଲେ ଏମିତି କଥା ଏବେ ସାମ୍ନାକୁ ଆସିଛି ଯାହାକୁ ଶୁଣିବା ପରେ ଆପଣଙ୍କ ଲୋମଟାଙ୍କୁରି ଉଠିବ । ଏହି ସମାଜକୁ ସଭ୍ୟ ଓ ଶିକ୍ଷିତ ସମାଜ କହିବାକୁ କୁଣ୍ଠାବୋଧ ଲାଗିବ । ଘଟଣା ଘଟିଛି ବାଂଲାଦେଶର ରାଜଧାନୀ ଢାକାରେ । ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଗ୍ରାଜୁଏସନ୍ କରିବା ନେଇ ଏମିତି ଦଣ୍ଡ ଦେଇଛି ଯାହା ଅମଣିଷ ପଣିଆର ପରିଚୟ ଦେଇଛି । ଯେଉଁ ସ୍ତ୍ରୀର ହାତ ଧରି ନିଜ ଘରକୁ ଆଣିଥିଲା ସେହି ସ୍ତ୍ରୀ ର ହାତର ଆଙ୍ଗୁଳିକୁ କାଟି ଦେଇଛି ନିର୍ଦ୍ଦୟ ସ୍ବାମୀ । ଆଜ୍ଞା ହଁ ସ୍ତ୍ରୀ ଗ୍ରାଜୁଏସନ୍ କରିବାକୁ ଚାହୁଁଥିବା ବେଳେ ଅଷ୍ଟମ ପାସ୍ କରିଥିବା ରାକ୍ଷସ ରୂପୀ ସ୍ବାମୀର ମୁଣ୍ଡକୁ ପୋକ ଚଢିଯାଇଥିଲା ଏବଂ ରାଗରେ ସେ ନିଜ ସ୍ତ୍ରୀର ପାଞ୍ଚଟି ଆଙ୍ଗୁଳିକୁ କାଟିଦେଇଥିବା ଖରବ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ବ୍ୟକ୍ତି ଜଣଙ୍କର ନାଁ ରଫିକୁଲ୍ । ସେ ସାଉଦି ଆରବରେ କାମ କରେ । କିଛି ଦିନ ପୂର୍ବରୁ ସେ ବାଂଲାଦେଶ ଆସିଥିଲା । ତାର ସ୍ତ୍ରୀ ହବା ଅଖତର ରଫିକୁଲ୍ ର ପରାମର୍ଶ ବିନା ଗ୍ରାଜୁଏସନର ପାଠପଢା ଆରମ୍ଭ କରି ଦେଇଥିଲେ । ଯାହା ଫଳରେ ରଫିକୁଲ୍ ଏହାର ପରିଣାମ ଠିକ୍ ହେବ ନାହିଁ ବୋଲି ହବାକୁ ଧମକ ଦେଇଥିଲା । ଏହାପରେ ମଧ୍ୟ ହବା ନିଜର ପାଠପଢା ଜାରି ରଖିଥିଲେ ।
ରଫିକୁଲ୍ ରାଗ ସୁଝାଇବା ପାଇଁ ଷଡଯନ୍ତ୍ର କଲା ଏବଂ ସରପ୍ରାଇଜ୍ ଦେବାକୁ ଚାହୁଁଥିବା କହି ନିଜ ସ୍ତ୍ରୀର ଆଖିରେ ପଟି ବାନ୍ଧିଥିଲା । ଏହାପରେ ନିଜ ସ୍ତ୍ରୀର ହାତର ପାଞ୍ଚ ଆଙ୍ଗୁଳିକୁ କାଟି ଦେଇଥିଲା ।

ହବାଙ୍କ କହିବା ଅନୁଯାୟୀ ରଫିକୁଲ୍ ର ପରିବାର ଲୋକେ କଟା ଅଙ୍ଗୁଳିକୁ ଅଳିଆ ଭିତରେ ଫୋପାଡି ଦେଇଥିଲେ ଯାହାଫଳରେ କୌଣସି ଡାକ୍ତର ଯେପରି ସେହି ଆଙ୍ଗୁଳି ଗୁଡିକୁ ଯୋଡି ପାରିବେନାହିଁ । ତେବେ ପୋଲିସ୍ ନିକଟରେ ଏହି ଘଟଣା ସମ୍ପର୍କରେ ମାମଲା ରୁଜୁ ହେବା ପରେ ରଫିକୁଲ୍କୁ ଗିରଫ କରାଯାଇଛି । ସେ ନିଜ ଦୋଷକୁ ମଧ୍ୟ ସ୍ବୀକାର କରିଛି । ଅନ୍ୟପଟେ ହବା ହସ୍ପିଟାଲରେ ଚିକିତ୍ସିତ ହୋଇ ନିଜ ବାପ ଘରେ ଅଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.