Below header

ଦୀର୍ଘ ଦିନ ଧରି ବୋହୂକୁ ନିର୍ଯାତନା ଦେଇଆସୁଥିଲେ ଶାଶୁ ଘର ଲୋକେ, ଘଟଣାସ୍ଥଳରେ ପହଞ୍ଚି ସମାଧାନ କଲା ପୋଲିସ୍‌

ଗଜପତି(କେନ୍ୟୁଜ୍‌): ବିବାହିତା ମହିଳାଙ୍କୁ ବାରମ୍ବାର ନିର୍ଯାତନା ଅଭିଯୋଗ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଭଣ୍ଡାରୀ ସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ମୁତାବକ ବ୍ରହ୍ମପୁରର ଅପରାଜିତା ମହାରଣାଙ୍କୁ ତାଙ୍କ ଶାଶୁ ଘରେ ବାରମ୍ବାର ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଶାଶୁ ଘର ଲୋକେ ତାଙ୍କୁ ତାଲା ପକାଇଦେବାରୁ ସେ ଦୁଇ ପିଲାଙ୍କୁ ଧରି ବାହାରେ ବସି ରହିଥିଲେ। ପରେ ଏସମ୍ପର୍କରେ ପାରଳାଖେମୁଣ୍ଡି ଥାନା ପୋଲିସ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ସମାଧାନ କରିଥିଲା।

ପୋଲିସ ବୁଝାସୁଝା କରିବା ପରେ ବୋହୂକୁ ଘରେ ପୁରାଇ ଥିଲେ ଶାଶୁ ଘର ଲୋକେ। ସୂଚନାଯୋଗ୍ୟ ବ୍ରହ୍ମପୁରର ଅପରାଜିତା ମହାରଣା ୨୦୦୮ ମସିହାରେ ପ୍ରଶାନ୍ତ ମହାରଣାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ପୂର୍ବରୁ ମଧ୍ୟ ତାଙ୍କୁ ଏଭଳି ନିର୍ଯ୍ୟାତନା ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.