Below header

ଘଣ୍ଟେଶ୍ୱରରେ ଗୋଷ୍ଠୀ ସଂଘର୍ଷ: ୪ ଆହତ, ୧ ଗୁରୁତର

ଚାନ୍ଦବାଲି (କେ ନ୍ୟୁଜ) : ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ବାଂଶଡା ଥାନା ଘଣ୍ଟେଶ୍ୱରରେ ୨ ଗୋଷ୍ଠୀଙ୍କ ଭିତରେ ଗଣ୍ଡଗୋଳ ଘଟି ୪ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ୨ ଗୋଷ୍ଠୀର ମୋଟ ୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତ ବ୍ୟକ୍ତି ଷଣ୍ଢଗଢା ଗାଁର ବୋଲି ଜଣାପଡିଛି।

୨ ଜଣ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୩ ଜଣ ପ୍ରଥମେ ତିହିଡି ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଏମାନଙ୍କ ଭିତରୁ ଗଙ୍ଗାଧର ନାୟକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଆହତ ବ୍ୟକ୍ତି କୃଷ୍ଣଚନ୍ଦ୍ର ରାଉତଙ୍କ ଅଭିଯୋଗ ମୁତାବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଣ୍ଟେଶ୍ୱରକୁ ଦୁର୍ଗାପୂଜା ଦେଖିବାକୁ ଆସୁଥିବାବେଳେ ଷଣ୍ଢଗଢା ଗାଁର କିଛି ଯୁବକ ତାଙ୍କୁ ଓ ତାଙ୍କ ସାଙ୍ଗରେ ଥିବା ଅନ୍ୟ ଜଣକୁ ମଧ୍ୟ ବାଡେଇଥିଲେ।

ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା ଗଙ୍ଗାଧର ନାୟକଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି କୃଷ୍ଣଚନ୍ଦ୍ର ରାଉତ ଓ ତାଙ୍କ ସାଥୀମାନେ ଦୁର୍ଗାପୂଜା ଚାନ୍ଦା ଆଦାୟ କରୁଥିଲା ବେଳେ ଏମାନେ ଚାନ୍ଦା ନ ଦେବାରୁ ପ୍ରଥମେ ବଚସା ଓ ତା ପରେ ବାଡି, ଠେଙ୍ଗାରେ ଆକ୍ରମଣ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ କେହି ବି ଥାନାରେ ଅଭିଯୋଗ କରିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.