ସରକାରୀ ଡାକ୍ତରଖାନାରେ ଲାଞ୍ଚ କାରବାର, ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଲାଞ୍ଚ ନେବାର ଭିଡିଓ ଭାଇରାଲ

ବ୍ରହ୍ମପୁର(କେନ୍ୟୁଜ୍): ସରକାରୀ ଡାକ୍ତରଖାନାରେ ଲାଞ୍ଚ କାରବାର। ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଲାଞ୍ଚ ନେବାର ଭିଡିଓ ଭାଇରାଲ। ବ୍ରହ୍ମପୁରର ଏକ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଲାଞ୍ଚ କାରବାର ନେଇ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଆଶାକର୍ମୀ ଓ ଜଣେ ପୁରୁଷ ଦଲାଲଙ୍କୁ ଜଣେ ମହିଳା ଟଙ୍କା ଦେଉଥିବା ଦେଖାଯାଇଛି। ତେବେ ତଦନ୍ତ ହେଲେ ପୁରୁଷ ଦଲାଲ ଓ ଆଶାକର୍ମୀ କିଏ ତାହା ଜଣାପଡିବ ବୋଲି କୁହାଯାଇଛି। ଭିଡିଓଟି ବ୍ରହ୍ମପୁର ବଡ଼ ମେଡିକାଲର ବୋଲି ସନ୍ଦେହ କରାଯାଉଛି। ତେବେ ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.