ସାମ୍ନାକୁ ଆସିଲା ୟାମାହାର ନୂଆ MT 03 ବାଇକ୍‌ ଫଟୋ, ଯୁବପିଢ଼ିଙ୍କ ପାଇଁ ଏଥିରେ ରହିଛି ଖାସ୍‌ ଫିଚର

ୟାମାହା କମ୍ପାନୀର ନୂଆ ବାଇକ୍‌ MT 03 ଫଟୋ ସାମ୍ନାକୁ ଆସିଛି। କମ୍ପାନୀ ଏହି ନୂଆ ବାଇକ୍‌ରେ କିଛି କସ୍‌ମେଟିକ୍‌ ଏବଂ ଟେକ୍ନିକାଲ ପରିବର୍ତ୍ତନ କରିଛି। ପୂର୍ବରୁ ୟାମାହା ଭାରତରେ YZF-R3 ବାଇକ ଲଞ୍ଚ୍‌ କରିଥିଲା। ଏବେ ଏହି ନୂଆ ବାଇକ୍‌ ଲଞ୍ଚ୍‌ ହେବା ପରେ କମ୍ପାନୀର ୨୫୦-୪୦୦ସିସି ସେଗ୍‌ମେଣ୍ଟ ଆହୁରି ମଜଭୁତ ହୋଇଯିବ।

ଏହାସହ ପଢ଼ନ୍ତୁ: ଏବେ ବି ପୁରୁଣା ଡ୍ରାଇଭିଂ ଲାଇସେନ୍ସ ବ୍ୟବହାର କରୁଛନ୍ତି କି, ତୁରନ୍ତ କରନ୍ତୁ ଏହି ପରିବର୍ତ୍ତନ

ବାଇକରେ ୩୨୧ସିସି ଫୋର ଭଲବ ଇଞ୍ଜିନ୍‌ ଲାଗିଛି ଯାହା ୪୧bhpର ପାଓ୍ଵାର ଏବଂ ୨୯.୬Nmର ଟର୍କ ଦେଇଥାଏ। ଏହି ଇଞ୍ଜିନ୍‌ ୬ ସ୍ପିଡ୍‌ ଗିୟର ବକ୍ସଠାରୁ କମ୍‌କ୍ଷମତା ବିଶିଷ୍ଟ। ବାଇକ୍‌ରେ ବ୍ୟବହୃତ ହୋଇଥିବା ଇଞ୍ଜିନ୍‌  BS4 କିମ୍ବା BS6 ସମ୍ପର୍କରେ ଏବେ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।

ୟାମାହା MT 03 ଏକ ସ୍ପୋର୍ଟର୍ସ ବାଇକ୍‌। ଏହାର ଷ୍ଟାଇଲ୍‌ ଯୁବପିଢ଼ିଙ୍କୁ ବେଶ୍‌ ଆକର୍ଷିତ କରିବ ବୋଲି କମ୍ପାନୀ ଆଶାବ୍ୟକ୍ତ କରିଛି। ବାଇକରେ ଟ୍ଵିନ୍‌ ଏଲ୍‌ଇଡି ଡେଟାଇମ୍‌ ଦିଆଯାଇଛି। ଏହି ବାଇକ୍‌ର ଫ୍ରଣ୍ଟ ଲୁକ୍‌ ଏବଂ ଏହାର ତେଲ ଟାଙ୍କିର ଡିଜାଇନ୍‌ ସମ୍ପୂର୍ଣ୍ଣ ନୂଆ। ଏଥିସହ ବାଇକ୍‌ରେ ବ୍ଲାକ ଏଣ୍ଡ ହ୍ଵାଇଟ୍‌ ଏଲ୍‌ସିଡି ଇନ୍‌ଷ୍ଟୁମେଣ୍ଟ କ୍ଲଷ୍ଟର ଦିଆଯାଇଛି। ସାଇଡ୍‌ରୁ ଏହା ସ୍ଲିକ୍‌ ଏବଂ ଏୟରୋଡାଇନାମିକ ଲାଗେ।

ଏହାର ରିୟର ଲୁକ୍‌ରେ ମଧ୍ୟ କେତେକ ନୂତନତା ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ୟାମାହା ନୂଆ YZF-R3 ବାଇକ୍‌କୁ ଭାରତରେ ଲଞ୍ଚ୍‌ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.