Below header

ସରିଲା ବିଶ୍ୱ କବି ମହାକୁମ୍ଭ, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ପ୍ରଦାନ କରାଗଲା ଡବ୍ଲୁସିପିର ସର୍ବୋଚ୍ଚ ସମ୍ମାନ ‘ଗୋଲ୍‌ଡେନ୍‌ ଗ୍ୟାବେଲ୍‌’

ଭୁବନେଶ୍ବର(କେନ୍ୟୁଜ୍):  ବିଶ୍ୱ କବି ମହାକୁମ୍ଭରେ ୩୯ତମ ବିଶ୍ୱ କବି ସମ୍ମିଳନୀର ସଭାପତି ତଥା କିଟ୍‌, କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଡବ୍ଲୁସିପିର ସର୍ବୋଚ୍ଚ ସମ୍ମାନ ଗୋଲ୍‌ଡେନ୍‌ ଗ୍ୟାବେଲ୍‌ ପ୍ରଦାନ କରାଯାଇଛି। ମାନବୀୟ କାର୍ଯ୍ୟକୁ ନେଇ ଡ.ସାମନ୍ତଙ୍କୁ ପୁରସ୍କୃତ କରାଯାଇଛି। ଗରିବ ପରିବାରୁ ଆସିଥିବା ଡ.ଅଚ୍ୟୁତ ସାମନ୍ତ ବିଶ୍ୱର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା। କଠିନ ପରିଶ୍ରମ, ନିଷ୍ଠା, ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ବର୍ତ୍ତମାନ ଲୋକଙ୍କ ପ୍ରତିନିଧି ହୋଇଛନ୍ତି। ଜୀବନରେ କୌଣସି ପ୍ରତିକୂଳ ପରିସ୍ଥିତିରେ ହାରମାନି ନଥିବା ଡ.ସାମନ୍ତଙ୍କ ଏକମାତ୍ର ଲକ୍ଷ୍ୟ, ସମାଜର ବିକାଶ । ଡ.ଅଚ୍ୟୁତ ସାମନ୍ତ ଜଣେ ଶିକ୍ଷାବିତ୍‌ ଓ ସମାଜସେବୀ। ସମାଜରୁ ଦାରିଦ୍ର୍ୟ, କ୍ଷୁଧା, ଅଶିକ୍ଷା, ସାମାଜିକ ବାଛବିଚାର ଓ ବେକାରୀ ଦୂର କରିବା ଲକ୍ଷ୍ୟ ନେଇ ପ୍ରଥମେ ଛୋଟ ଟ୍ରେନିଂ ସେଣ୍ଟର କିଟ୍‌ ଆରମ୍ଭ କରିଥିଲେ। ତା ପରେ ଯାହା ହେଲା ତାହା କୌଣସି ଚମତ୍କାରଠାରୁ କମ୍‌ ନୁହଁ। କିଟ୍‌ ବଢିବା ସହ କିସ୍‌ ମଧ୍ୟ ସମତାଳ ଦେଇ ଆଗକୁ ବଢିଥିଲା। ଆଜି ଏହି ଅନୁଷ୍ଠାନଗୁଡିକ ଦେଶ ଓ ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ଅନୁଷ୍ଠାନ। ବିଶ୍ୱ ର‍୍ୟାଙ୍କିଂରେ ରହିଛି ଏହି ବିଶ୍ୱବିଦ୍ୟାଳୟର ସ୍ଥାନ। ଶିକ୍ଷା ଓ ଆଦିବାସୀ ଉନ୍ନୟନ ସହ କଳା, ସଂସ୍କୃତି, ସାହିତ୍ୟ, ସିନେମା, ଗଣମାଧ୍ୟମ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦନାନ ରହିଛି। ବର୍ତ୍ତମାନ ସେ ଆଦିବାସୀଙ୍କ ଉନ୍ନତି ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି।

achyut samnt

ଶାନ୍ତୁନୁ କୁମାର ଆଚାର୍ଯ୍ୟଙ୍କୁ ପ୍ରଦାନ କରାଯାଇଛି ସମ୍ମାନ ସୂଚକ ଡିଲିଟ୍‌। ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଭାରତୀୟ ଲେଖକ। ବିଶିଷ୍ଟ ଓଡ଼ିଆ ଔପନ୍ୟାସିକ ଶାନ୍ତୁନୁ କୁମାର ଆଚାର୍ଯ୍ୟ କଟକ ସିଦ୍ଦେଶ୍ୱରପୁରର ମୂଳ ବାସିନ୍ଦା। ଦୀର୍ଘ ୩୪ ବର୍ଷ ଧରି ସେ ରସାୟନ ବିଜ୍ଞାନରେ ଅଧ୍ୟାପନା କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଭାବେ କାମ କରି ଅବସର ଗ୍ରହଣ କରିଥିଲେ।

ସେହିପରି ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀଙ୍କୁ ପ୍ରଦାନ କରାଯାଇଛି ସମ୍ମାନ ସୂଚକ ଡିଲିଟ୍‌। ସେ ଏକାଧାରାରେ ଜଣେ ବିଶିଷ୍ଟ ଓଡ଼ିଆ କବି,ଆଇନଜୀବୀ, ଦାର୍ଶନିକ ଏବଂ ପୂର୍ବତନ ସାଂସଦ। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ତିନିଥର ସାଂସଦ ଭାବେ ନିର୍ବାଚତ ହୋଇଥିଲେ । ଡ. ପାଟ୍ଟଶାଣୀ ଋଷିକେଶର ମହର୍ଷି ମହେଶ ଯୋଗୀଙ୍କ ଆଶ୍ରମରେ ଯୋଗ ଦେଇ ଯୋଗ ଶିକ୍ଷା ଗ୍ରହଣ କରିଥିଲେ। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଭାଷାରେ ସେ ୬୦ଟି ପୁସ୍ତକ ରଚନା କରିଛନ୍ତି । ଶତାଧିକ ନିବନ୍ଧ ଲେଖିଛନ୍ତି। ସେ ବିଜୁ ପ୍ରେମୀ ଭାବେ ବେଶ ଜଣାଶୁଣା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.