ମହାଷ୍ଟମୀରେ ପତ୍ନୀ ଜୟାଙ୍କ ସହ ମା’ଙ୍କ ଆର୍ଶୀବାଦ ଭିକ୍ଷାକଲେ ଅମିତାଭ ବଚ୍ଚନ, ଭାଇରାଲ ହେଉଛି ଫଟୋ

ମହାଅଷ୍ଟମୀ ପାଇଁ ସାରା ଭାରତବର୍ଷ ଉତ୍ସବ ମୁଖରିତ ହୋଇପଡ଼ିଛି। ଘରେ ଘରେ ମା’ଙ୍କ ପୂଜାର୍ଚ୍ଚନା ଖୁବ୍ ଧୁମଧାମ୍ରେ ଚାଲିଛି। ଏ ଅବସରରେ ବଲିଉଡ୍ର ମେଗାଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ଦୁର୍ଗାଙ୍କ ପୂଜା କରିଛନ୍ତି। ପତ୍ନୀ ଜୟା ବଚ୍ଚନଙ୍କ ସହ ଦେବୀଙ୍କ ଦର୍ଶନ ଲାଗି ସେ ଉତ୍ତର ବମ୍ବେ ସ୍ଥିତ ଜୁହୁ ପହଞ୍ଚିଥିଲେ। ସେଠାରେ ଉଭୟ ପତିପତ୍ନୀ ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା କରିଥିଲେ।
ଏଭଳି ଖାସ୍ ଉତ୍ସବରେ ଜୟା ଏକ ନାଲି ଧଳା ଶାଢ଼ିରେ ଖୁବ୍ ସୁନ୍ଦର ଲାଗୁଥିଲେ। ସେହିଭଳି ଅମିତାଭ ବଚ୍ଚନ ଅଫ୍ ହ୍ଵାଇଟ୍ କୁର୍ତ୍ତା ସହ ନିଜ ରେଗୁଲାର ଷ୍ଟାଇଲ୍ରେ ଦେଖିବାକୁ ମିଳିଥିଲେ। ଏହି ପୂଜା ସାର୍ବଜନୀନ ଦୁର୍ଗା ପୂଜା ସମିତି ତରଫରୁ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅମିତାଭ ଏବଂ ଜୟାଙ୍କ ସମେତ ଅନ୍ୟ ସେଲିବ୍ରିଟି ମଧ୍ୟ ନଜର ଆସିଥିଲେ।
ଏହାସହ ପଢ଼ନ୍ତୁ: ଛାତରେ ଏମିତି ଅବସ୍ଥାରେ ନଜର ଆସିଲେ ଅମୀର ଖାନ୍ଙ୍କ ଝିଅ, ଫଟୋ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
ପୂଜାରେ କାଜୋଲଙ୍କୁ ମଧ୍ୟ ହଳଦିଆ ରଙ୍ଗର ଶାଢ଼ିରେ ଦେଖିବାକୁ ମିଳିଥିଲା। ଟ୍ରାଡିସନାଲ ବଙ୍ଗାଳୀ ଲୁକ୍ରେ ଖୁବ୍ ସୁନ୍ଦର ଲାଗୁଥିଲେ କାଜୋଲ।
କାଜୋଲଙ୍କ ଛଡ଼ା ପୂଜାରେ ଦ କପିଲ ଶର୍ମା ଶୋ’ର ସୁମୋନା ଚାଟାର୍ଜୀ, ଡାଇରେକ୍ଟର ଅୟାନ ମୁଖାର୍ଜୀ ଓ ଅନ୍ୟ ସେଲିବ୍ରିଟି ମଧ୍ୟ ନଜର ଆସିଥିଲେ। ପୂଜା ପେଣ୍ଡାଲ ପାଖରେ ଅମିତାଭ ଫ୍ୟାନଙ୍କ ସହ ସେଲ୍ଫି ମଧ୍ୟ ନେଇଥିଲେ।