Below header

ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶା ଗସ୍ତ ସାରି ଫେରିଲେ ଭେଙ୍କିୟା ନାଇଡୁ

ଭୁବନେଶ୍ବର(କେନ୍ୟୁଜ୍):   ଦିନିକିଆ ଓଡ଼ିଶା ଗସ୍ତ ସାରି ଫେରିଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ସକାଳେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଉପରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ଗଣେଶୀ ଲାଲ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଙ୍କିୟାଙ୍କୁ ସ୍ୱାଗତ ଜଣାଇଥିଲେ । ପୋଲିସ ଡିଜି ବି.କେ ଶର୍ମା ଓ ଅନ୍ୟ ପଦାଧିକାରୀମାନେ ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ଥିଲେ । ସେଠାରୁ ସିଧାସଳଖ କିଟ୍‌ ଯାଇ ବିଶ୍ୱ କବି ମହାକୁମ୍ଭରେ ଯୋଗ ଦେଇଥିଲେ। ପରେ ରାଜଭବନ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ । ଅପରାହ୍ନରେ କଟକରେ ଦୈନିକ ଖବର କାଗଜ ସମାଜର ୧୦୦ ତମ ବାର୍ଷିକ ଉତ୍ସବରେ ଯୋଗ ଦେଇ ଭୁବନେଶ୍ୱର ଫେରି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲ ଫେରିଯାଇଛନ୍ତି। ଭେଙ୍କୟାଙ୍କୁ ବିମାନ ବନ୍ଦରରେ ବିଦାୟ ଜଣାଇଥିଲେ ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.