Below header

ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା, OMR ସିଟରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ

କଟକ(କେ ନ୍ୟୁଜ): ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା । କିନ୍ତୁ ନୂଆ ନିୟମ ଅନୁଯାୟୀ ୧୦୦ ମାର୍କ ପରିବର୍ତ୍ତେ ୮୦ ମାର୍କର ପରୀକ୍ଷା ହେବ। ୩୦ ମାର୍କର ସବଜେକଟିଭ ଓ ୫୦ ମାର୍କର ଅବଜେକ୍ଟିଭ ପରୀକ୍ଷା ହେବେ। ଆଉ ମଧ୍ୟ ଚଳିତ ବର୍ଷ ମଲଟିପୁଲ ଚଏସରେ ହେବ ପରୀକ୍ଷ। ରାଜ୍ୟର ୨୨ ହଜାର ୬୪୯ ଛାତ୍ରଛାତ୍ରୀ ଦେବେ ପରୀକ୍ଷା।

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୨୪ ତାରିଖରେ ଶେଷ ହେବ। ଅଢ଼େଇ ଘଣ୍ଟା ପରିବର୍ତ୍ତେ ୨ ଘଣ୍ଟା ହେବ ପରୀକ୍ଷା। ଏଥିପାଇଁ ରାଜ୍ୟବ୍ୟାପୀ ୨୪୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଖାତାଦେଖା ପାଇଁ ୨୦ଟି ମୁଲ୍ୟାୟନ କେନ୍ଦ୍ର କରାଯାଇଛି। କୋଭିଡ ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ବ୍ୟବସ୍ଥା କାରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.