ଧୋନିଙ୍କୁ ନୁହେଁ, ଏହି ଖେଳାଳିଙ୍କୁ ନିଜ ଆଇପିଏଲ୍ ଟିମ୍‌ରେ ନେବାକୁ ଚାହୁଁଥିଲେ ଚେନ୍ନାଇ ସୁପରକିଙ୍ଗ୍‌ସର ମାଲିକ

ଆଇପିଏଲ୍‌ରେ ଏମ୍‌ଏସ୍‌ ଧୋନି ଓ ଚେନ୍ନାଇ ସୁପରକିଙ୍ଗ୍‌ସ ପରସ୍ପର ସହ ଜଡ଼ିତ। ଚେନ୍ନାଇ ସୁପରକିଙ୍ଗସ୍‌ କହିଲେ ଧୋନିଙ୍କୁ ବୁଝାଏ। ସେହିପରି ଧୋନିଙ୍କ ଦ୍ୱିତୀୟ ଘର ହେଉଛି ଚେନ୍ନାଇ। ଧୋନିଙ୍କ ପରିଚୟ ଚେନ୍ନାଇ। ଆଇପିଏଲ୍‌ ଇତିହାସରେ ସିଏସ୍‌କେ ଆଠ ଥର ଫାଇନାଲରେ ସ୍ଥାନ ପାଇଥିବା ବେଳେ ତିନି ଥର ଚାମ୍ପିୟନ୍‌ ହୋଇଛି।

କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ଚେନ୍ନାଇ ସୁପରକିଙ୍ଗସ୍‌ ନିଜ ଟିମ୍‌ରେ ଧୋନିକୁ ନେବାକୁ ଚାହୁଁନଥିଲା। ୨୦୦୮ ମସିହାରେ ଆଇପିଏଲ୍‌ ଆରମ୍ଭ ହେବା ବେଳେ ଚେନ୍ନାଇ ସୁପରକିଙ୍ଗସ୍‌ର ମାଲିକ ଧୋନିଙ୍କୁ ଟିମ୍‌ରେ ନେବାକୁ ଚାହୁଁନଥିଲେ। ସେ ବୀରେନ୍ଦ୍ର ସେହଓ୍ଵାଗ୍‌ଙ୍କୁ ନେବାକୁ ଚାହୁଁଥିଲେ। କିନ୍ତୁ ସେହଓ୍ଵାଗ ଦିଲ୍ଲୀକୁ ବାଛିଥିଲେ। ଏଣୁ ଧୋନିକୁ ଚେନ୍ନାଇରେ ମଉକା ମିଳିଥିଲା।

dhoni sehwag

ତାମିଲନାଡ଼ୁର ପୂର୍ବ କ୍ରିକେଟର ଓ ସିଏସ୍‌କେର ସଦସ୍ୟ ସୁବ୍ରମଣ୍ୟମ୍‌ ବଦ୍ରିନାଥ ଏହି ଖୁଲାସା କରିଛନ୍ତି। ସେ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଏହି ସୂଚନା ଦେଇଛନ୍ତି। ସୁବ୍ରମଣ୍ୟମ୍‌ କହିଛନ୍ତି ଧୋନିଙ୍କୁ ନେବା ଆମ ପାଇଁ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଛି। ସେ ଏକୁଟିଆ ହିଁ ଟିମ୍‌ ସମ୍ଭାଳିବାକୁ ଯୋଗ୍ୟ ବୋଲି କହିଛନ୍ତି ସୁବ୍ରମଣ୍ୟମ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.