Below header

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା, ରିପୋର୍ଟ ପ୍ରସ୍ତୁତ ପାଇଁ ଅଧିକ ସମୟ ମାଗିଲା କମିଶନରେଟ ପୋଲିସ

ଭୁବନେଶ୍ୱର( କେ ନ୍ୟୁଜ): ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା । ରିପୋର୍ଟ ଦାଖଲ ପାଇଁ କମିଶନରେଟ ପୋଲିସକୁ ୪୮ ଘଣ୍ଟା ସମୟ ଦେଇଥିଲେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।  ୪୮ ଘଣ୍ଟାର ଅବଧି ସରିବା ପରେ ଆହୁରି ଅଧିକ ସମୟ ମାଗିଛନ୍ତି କମିଶନରେଟ ପୋଲିସ । ରିପୋର୍ଟ ପ୍ରସ୍ତୁତ ହୋଇନଥିବାରୁ ଆଉ କିଛି ସମୟ ମାଗିଛନ୍ତି କମିଶନରେଟ ପୋଲିସ । ରିପୋର୍ଟ ପ୍ରସ୍ତୁତ ହେଲେ ଶିଶୁ ଅଧିକାରୀ ଆୟୋଗଙ୍କୁ ଦିଆଯିବ ବୋଲି କହିଛି କମିଶନରେଟ ପୋଲିସ । ପୂର୍ବରୁ ଓଟିଭି ମୁଖ୍ୟ ଜଗି ମଙ୍ଗ୍‌ତ ପଣ୍ଡାକୁ ସମନ ପାଇଁ କମିଶନରେଟ୍‌ ପୋଲିସକୁ ନିର୍ଦ୍ଦେଶ ଦିଆଯାଇ ଥିଲା ।

କିନ୍ତୁ ୪୮ ଘଣ୍ଟା ପରେ କମିଶନରେଟ ପୋଲିସ ତରଫରୁ ସେଭିଳି ପଦକ୍ଷପ ନିଯାଯାଇନାହିଁ । ଓଟିଭି ମୁଖ୍ୟଙ୍କୁ ପୋକସୋ ଆଇନ ଅନୁଯାୟୀ, ଅଭିଯୁକ୍ତ କରିବାକୁ ମଧ୍ୟ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଜାରି କରିଥିଲା ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଭୁବନେଶ୍ୱର ଡିସିପିଙ୍କୁ ଏ ମାମଲାରେ ଆକ୍ସନ ଟେକେନ୍‌ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ଓଟିଭିର ଦୁଇ କର୍ମଚାରୀ । ଦୁଇ ଅଭିଯୁକ୍ତ ଅନିରୁଦ୍ଧ ପଣ୍ଡା ଓ କୃଷ୍ଣଚନ୍ଦ୍ର ବେହେରା ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.