Below header

ରାତିରେ ଶୋଇଥିବା ଅବସ୍ଥାରେ ମାଆ ଓ ଝିଅଙ୍କୁ ନିର୍ମମ ହତ୍ୟା, ଅଳ୍ପକେ ବର୍ତ୍ତିଲା ପୁଅ

କେନ୍ଦୁଝର (କେନ୍ୟୁଜ୍‌) : ଚମ୍ପୁଆ ଥାନା ଅନ୍ତର୍ଗତ ଶଙ୍କରପୁର ନିକଟ ଧଳାଦିହି ଗାଁରେ ଡବଲ ମର୍ଡର। କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏକ ଅନୌପଚାରିକ ସୂତ୍ରରୁ ମିଳିଥିବା ଖବର ଅନୁଯାଇ ଗୃହକର୍ତ୍ତା ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବେଳେ ଗତ ରାତିରେ ୩୫ ବର୍ଷିଆ ସ୍ତ୍ରୀ ସରସ୍ବତୀ ମୁଣ୍ଡା ଓ ତାଙ୍କ ଝିଅ ଲକ୍ଷ୍ମୀ ମୁଣ୍ଡାଙ୍କୁ କେହି ହତ୍ୟା କରି ଫେରାର ହୋଇଯାଇଛନ୍ତି । ତେବେ ମହିଳାଙ୍କ ୫ ବର୍ଷର ପୁଅ ଆକ୍ରମଣକାରୀଙ୍କ ଆକ୍ରମଣରୁ ବର୍ତ୍ତି ଯାଇଥିବା ଜଣାପଡିଛି। ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ସ୍ଥଳରେ ବିଭିନ୍ନ ଦିଗକୁ ଧ୍ୟାନରେ ରଖି ପୋଲିସ ତଦନ୍ତ ଚଳାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.