Below header

ରିୟା ଓ ସୌଭିକଙ୍କୁ ଡ୍ରଗ୍ସ ଯୋଗାଉଥିବା ପେଡଲରକୁ ଗିରଫ କଲା ଏନସିବି ଓ ସିବିଆଇ ଟିମ

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇଙ୍କୁ ଡ୍ରଗ୍ସ ଯୋଗାଉଥିବା ପେଡଲରକୁ ଗିରଫ କରିଛି ଏନସିବି ଓ ସିବିଆଇ । ଗୋଆ ଓ ମୁମ୍ବାଇରେ ଡ୍ରଗ୍ସ ମାଫିଆଙ୍କୁ ଧରିବା ପାଇଁ ଚଢ଼ାଉ କରିଛି ସିବିଆଇ ଟିମ । ଏହି ଡ୍ରଗ୍ସ ମାମଲାରେ ଏକ ବଡ ଗ୍ୟାଙ୍ଗର ପର୍ଦ୍ଦାଫାଶ ହେବ ବୋଲି ଅନୁମାନ କରାଯାଉଛି । ଡ୍ରଗସ୍‌ କାରବାର କରୁଥିବା ମୁଖ୍ୟ ବ୍ୟକ୍ତିକୁ ଗିରଫ କରାଯାଇଛି । ମାଷ୍ଟର ମାଇଣ୍ଡ ହେଉଛି କରମଜୀତ୍‌। ସୌଭିକ ଓ ସାମୁଏଲ ମିରାଣ୍ଡାକୁ କରମଜୀତ୍‌ ଡ୍ରଗସ୍‌ ଯୋଗାଉଥିଲା । ବଲିଉଡର ନାମୀଦାମୀ କଳାକାରଙ୍କୁ କରମଜୀତ ଡ୍ରଗସ୍‌ ଯୋଗାଇ ଆସୁଥିଲା । କରମଜୀତଙ୍କ ଗିରଫ ପରେ ଅନେକ ସେଲିବ୍ରିଟିଙ୍କ ନାଁ ସାମନାକୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଯେଉଁଥିରେ ସାରା ଅଲ୍ଲୀ ଖାନ୍‌, ରକୁଲପ୍ରୀତ, ସିମୋନ ଖଟାମ୍ବାଙ୍କ ପରି ନାଁ ସାମନାକୁ ଆସିଛି ।

ଗିରଫ ହୋଇଥିବା ଡ୍ରଗସ୍‌ ପେଡଲର ଠାରୁ ପ୍ରଚୁର ମାତ୍ରାରେ ଡ୍ରଗସ୍‌ ଜବତ ହୋଇଛି । ଅନ୍ୟପଟେ କଙ୍ଗନା ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଭଙ୍ଗାଘରେ ରହି ଅଫିସ ଚଳାଇଛନ୍ତି କଙ୍ଗନା । ସେ କହିଛନ୍ତି ଜାନୁଆରୀ ୧୫ରେ ଅଫିସ ଖୋଲିଥିଲେ । ଲକଡାଉନ ଯୋଗୁଁ ଅଫିସ କାମ ବନ୍ଦ ହୋଇ ଯାଇଥିଲା । ଏବେ ଘର ତିଆରି କରିବାକୁ ମୋ ପାଖରେ ଟଙ୍କା ନାହିଁ ବୋଲି ଟୁଇଟ କରି କହିଛନ୍ତି । ଏହି ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିବେ କଙ୍ଗନା |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.