Below header

ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା, ମୂଲ୍ୟାୟନ ପାଇଁ ନିୟୋଜିତ କରାଯିବ ଅଧିକ ୬ ହଜାର ଶିକ୍ଷକ

କେନ୍ୟୁଜ୍ (ବ୍ୟୁରୋ): ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । ମୂଲ୍ୟାୟନ ପାଇଁ ଅଧିକ ୬ ହଜାର ଶିକ୍ଷକଙ୍କୁ ନିୟୋଜିତ କରାଯିବ । ଅନ୍ୟ ଜିଲ୍ଲାରେ ଥିବା ଶିକ୍ଷକ ଖାତା ଦେଖିପାରିବେ । ଏଥିପାଇଁ ଅନଲାଇନ୍‌ରେ ଦିଆଯାଇଥିବା ରେଜିଷ୍ଟ୍ରେସନ ଫର୍ମ ପୂରଣ କରି DEOଙ୍କ ନିକଟରେ ଦାଖଲ କରିବେ । ଖାତାଦେଖା ସେଣ୍ଟରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କଣ୍ଟେନମେଣ୍ଟ ଜୋନରେ ମୂଲ୍ୟାୟନ କେନ୍ଦ୍ର ହେବନି । ତେଣୁ ଖାତା ଦେଖାରେ କୌଣସି ସମସ୍ୟା ହେବନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ଗତ ୯ ତାରିଖରେ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ କେବେଠାରୁ ଖାତା ଦେଖା ଆରମ୍ଭ ହେବ ସେନେଇ ନିଷ୍ପତ୍ତି ନିଆଯାଇଥିଲା  । କରୋନା ପାଇଁ ସ୍ଥଗିତ ରହିଥିଲା  ମାଟ୍ରିକ ଖାତାଦେଖା । ମାର୍ଚ୍ଚ ମାସରେ ହାଇସ୍କୁଲ ସାର୍ଟିଫିକେଟ୍‌, ଷ୍ଟେସନ ଓପନ ସ୍କୁଲ ସାର୍ଟିଫିକେଟ ଓ ମଧ୍ୟମା ପରୀକ୍ଷାର୍ଥୀଙ୍କ ଖାତାଦେଖା ଆରମ୍ଭ ହୋଇଥିଲା । ରାଜ୍ୟର ୩୦ଟି ଯାକ ଜିଲ୍ଲାର ୫୭ଟି ସ୍କୁଲରେ ହୋଇଥିଲା ୬୧ଟି ମୂଲ୍ୟାୟନ କେନ୍ଦ୍ର । ରାଜ୍ୟରେ କରୋନା ଭୟ ଥିଲେ ମଧ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିଥିଲେ । ମୋଟ ୧୬ହଜାର ଶିକ୍ଷକ ଶିକ୍ଷୟତ୍ରୀ ମୂଲ୍ୟାୟନରେ ଭାଗ ନେଇଥିଲେ ।  ହେଲେ ମାତ୍ର ଗୋଟିଏ ଦିନ ଖାତା ଦେଖା ହୋଇଥିଲା । କରୋନା ପାଇଁ ସ୍ଥଗିତ ରହିଛି ଖାତାଦେଖା ।

matric evaluation

ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଥିଲେ  ମାଟ୍ରିକ୍ ଖାତା ମୂଲ୍ୟାୟନ କେନ୍ଦ୍ର ବଢାଯିବ । ସାମାଜିକ ଦୂରତା ରକ୍ଷା କରି ସମସ୍ତ ଶିକ୍ଷକ ଖାତା ଦେଖିବେ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।କରୋନା ପାଇଁ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବଢ଼ାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାସହିତ ଖାତା ମୂଲ୍ୟାୟନକାରୀ ଶିକ୍ଷକଙ୍କ ସଂଖ୍ୟା ମଧ୍ୟ ବଢ଼ାଯିବ।ୱେଟିଂ ଲିଷ୍ଟରେ ଥିବା ପରୀକ୍ଷକଙ୍କୁ ଖାତାଦେଖା ଲାଗି ଡକାଯିବ। ଖାତାଦେଖା ଆରମ୍ଭର ୪୫ ଦିନ ଭିତରେ ରେଜଲ୍ଟ ବାହାରିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.