ପତ୍ନୀଙ୍କୁ ମଧ୍ୟ କଡ଼ା କଟାକଣା ମଧ୍ୟରେ ରଖିଛନ୍ତି କିମ୍‌ ଜୋଙ୍ଗ, ବାପ ଘର ଲୋକଙ୍କ ସହ ଦେଖାହେବାକୁ ବି ନାହିଁ ଅନୁମତି

କରୋନା ଆତଙ୍କ ମଧ୍ୟରେ ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ଅଚାନକ ଗାଏବ ହୋଇଯିବା ଖବର ସବୁ ଗଣମାଧ୍ୟମରେ ସାଜିଥିଲା ଚର୍ଚ୍ଚାର ଶିରୋନାମା। ସମସ୍ତଙ୍କ ମନରେ ଗୋଟିଏ ହିଁ ପ୍ରଶ୍ନ ଥିଲା କୁଆଡ଼େ ଗଲେ କିମ୍‌ ଜୋଙ୍ଗ। ବାରମ୍ବାର ପରମାଣୁ ବୋମା ପକାଇବାକୁ ଧମକ ଦେଉଥିବା କିମ୍‌ ଜୋଙ୍ଗ୍‌ ନିଜ ପତ୍ନୀଙ୍କୁ ମଧ୍ୟ କଡ଼ା ବ୍ୟବହାର କରିଥାନ୍ତି। ସେ ପତ୍ନୀ ରି ସୋଲ ଜୁଙ୍କ ପାଇଁ ଅନେକ କଟକଣା କରିଛନ୍ତି। ରି ସୋଲ ଜୁଙ୍କୁ ଏଭଳି କଡ଼ା ନିୟମ ମଧ୍ୟରେ ରହିବାକୁ ପଡ଼ିଥାଏ, ଯାହା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। ଆସନ୍ତୁ ଜାଣିବା କିମ୍‌ ଜୋଙ୍ଗଙ୍କ ପତ୍ନୀ ରି ସୋଲ ଜୁଙ୍କୁ କେଉଁ କେଉଁ ନିୟମ ମାନି ଚଳିବାକୁ ପଡ଼ିଥାଏ…

North Korea IDs Mystery Woman as Kim Jong-Un's Wife—But Who Is She ...

  • କିମ୍‌ ଜୋଙ୍ଗଙ୍କ ପତ୍ନୀଙ୍କୁ ନିଜ ଇଚ୍ଛାରେ ଯିବା ଆସିବା କରିବାକୁ ଅନୁମତି ନାହିଁ। ତାଙ୍କୁ ଅଫିସିଆଲ ଟୁର୍‌ କରିବାକୁ ବି ମନା।
  • ରି ସୋଲ ଜୁ ସ୍ୱାମୀ କିମ୍‌ ଜୋଙ୍ଗଙ୍କ ପ୍ରଗତିଶୀଳ ଓ ଆଧୁନିକ ପକ୍ଷର ପ୍ରତିନିଧିତ୍ୱ କରିଥାନ୍ତି। ଏଣୁ ସେ ଆଧୁନିକତା ଦର୍ଶାଉଥିବା ଡ୍ରେସ୍‌ ପିନ୍ଧିବାକୁ ବାଧ୍ୟ।
  • ଆମ ଦେଶରେ ବିବାହ ପରେ ପତ୍ନୀ ସ୍ୱାମୀର ଟାଇଟେଲକୁ ବ୍ୟବହାର କରୁଥିବା ବେଳେ କିମ୍‌ ଜୋଙ୍ଗ ସମ୍ପୂର୍ଣ୍ଣ ରୂପେ ନିଜ ପତ୍ନୀଙ୍କ ନାଁ ହିଁ ବଦଳାଇ ଦେଇଛନ୍ତି।
  • କିମ୍‌ ଜୋଙ୍ଗଙ୍କ ବିନା ଅନୁମତିରେ ରି ସୋଲ ଜୁ ନିଜ ବାପଘର ଲୋକଙ୍କୁ ମଧ୍ୟ ଦେଖା କରିପାରନ୍ତି ନାହିଁ।

Is Ri Sol-ju Pregnant Again? – ROK Drop

  • କେତେକ ଖାସ୍‌ ଉତ୍ସବରେ ହିଁ ରି ସୋଲ ଜୁଙ୍କୁ ଲୋକଙ୍କ ସହ ଭେଟିବା ଅନୁମତି ରହିଛି। ସେହିପରି ତାଙ୍କ ପିଲାମାନେ ମଧ୍ୟ ସିକ୍ରେଟ୍‌ ଲାଇଫ୍‌ ବିତାଇଥାନ୍ତି।
  • କିମ୍‌ ଜୋଙ୍ଗ ନିଜ ପତ୍ନୀ ଓ ଛୁଆଙ୍କ ପାଇଁ ଏକ ସ୍ପେଶାଲ ଫୋର୍ସ ଗଠନ କରିଛନ୍ତି। ଏହି ଫୋର୍ସ ୨୪ ଘଣ୍ଟା ସେମାନଙ୍କ ଉପରେ ନଜର ରଖିଥାଏ।
  • କେତେକ ରିପୋର୍ଟ ମୁତାବକ ବିବାହର ପରେ ପରେ ହିଁ ରି ସୋଲ ଜୁଙ୍କ ଉପରେ ସନ୍ତାନ ଜନ୍ମ କରିବା ପାଇଁ ଚାପ ପକାଯାଇଥିଲା।

kim2

  • କେବଳ ଏତିକି ନୁହେଁ ପୁତ୍ର ସନ୍ତାନ ଜନ୍ମ କରିବାକୁ ଅଧିକ ପ୍ରେସର ପକାଯାଇଥିଲା। ଫଳରେ କିମ୍‌ଙ୍କ ବଂଶ ଆଗକୁ ବଢ଼ିପାରିବ।
  • ବିବାହ ପରେ ରି ସୋଲ ଜୁଙ୍କୁ ନିଜ ସମସ୍ତ ଅଭ୍ୟାସ, ପସନ୍ଦ ଓ ନିଷ୍ପତ୍ତିକୁ ତ୍ୟାଗ କରିବାକୁ ପଡ଼ିଥିଲା। ଏବେ ସେ କିମ୍‌ଙ୍କ ନିୟମ ଅନୁସାରେ ଜୀବନ ବିତାଉଛନ୍ତି।
  • କୁହାଯାଏ ଯେ ବିବାହ ପୂର୍ବରୁ ରି ସୋଲ ଜୁ ଲିଡର ଥିଲେ। କିନ୍ତୁ ବିବାହ ପରେ କିମ୍‌ ଜୋଙ୍ଗ୍‌ ତାଙ୍କର ସମସ୍ତ ସିଡ଼ିକୁ ଜଳାଇଦେବା ସହ ସବୁ ଭିଡିଓକୁ ଡିଲିଟ୍‌ କରିଦେଇଥିଲେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.