Below header

କଟକ ବାଦାମବାଡ଼ି ବସଷ୍ଟାଣ୍ଡ କାମର ତଦାରଖ କଲେ ମେୟର ସୁବାସ ସିଂ

କଟକ (କେନ୍ୟୁଜ୍): କଟକ ବାଦାମବାଡ଼ିରେ ଥିବା ପୁରୀ ବସଷ୍ଟାଣ୍ଡ କାମର ତଦାରଖ କଲେ ମେୟର ସୁବାସ ସିଂ ।କାମ କିଭଳି ସଠିକ୍‌ ଭାବେ ହେବ ସେଥିପାଇଁ ନିଜେ ଉପସ୍ଥିତ ରହି ତଦାରଖ କରିଛନ୍ତି ।

ବାଦାମବାଡ଼ିରେ ଥିବା ଅନୁଗୁଳ ଓ ପୁରୀ ବସଷ୍ଟାଣ୍ଡରେ ୩ଫୁଟର କାଦୁଅ ହୋଇଥିବାରୁ ଯାତ୍ରୀ ଅନେକ ସମସ୍ୟାର ସମ୍ମୁଖିନ ହେଉଥିଲେ ।ବସଷ୍ଟାଣ୍ଡରେ କାଦୁଅ ସଫା କରି ଗୋଡି ବିଛା କାମ ଚାଲିଛି । ରାତି ଦୁଇଟା ପର୍ଯ୍ୟନ୍ତ ଉପସ୍ଥିତ ରହି ଏହି କାର୍ଯ୍ୟକୁ ତଦାରଖ କରିଥିଲେ ମେୟର ସୁବାସ ସିଂ । ଆଜି ବାକି ରହିଥିବା ଅବଶିଷ୍ଟ କାମ ହେବା ନେଇ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.