ପୋଲାଭରମର ପଛୁଆ ଜଳ ପାଇଁ ବୁଡ଼ିଲା ମୋଟୁ: ପୁରୁଣା ବସ୍ତି ଗାଁର ୨୦ରୁ ଅଧିକ ଘର ଜଳମଗ୍ନ, ୧୦୦ରୁ ଅଧିକ ଲୋକ ସ୍ଥାନାନ୍ତର

କାଲିମେଳା(କେନ୍ୟୁଜ୍): ପୋଲାଭରମର ପଛୁଆ ଜଳ ପାଇଁ ବୁଡ଼ିଲା ମୋଟୁ । ମୋଟୁର ମୁଗିପଏଣ୍ଟ ସମ୍ପୂର୍ଣ୍ଣ ବୁଡ଼ିଯବା ସହ ପୁରୁଣା ବସ୍ତି ଗାଁର ୨୦ରୁ ଅଧିକ ଘର ଜଳମଗ୍ନ ହୋଇଛି । ୧୦୦ରୁ ଅଧିକ ଲୋକଙ୍କୁ ମାଲକାନଗିରି ପ୍ରଶାସନ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରିତ କରିଛି । ଗତକାଲି ଗୋଦାବରୀ ନଦୀରେ ୭୦ଫୁଟ ଉଚ୍ଚତାର ପାଣି ପ୍ରଭାବିତ ହେଉଥିବା ବେଳେ ଆଜି ୭୧ଫୁଟ ଉଚ୍ଚତାର ପାଣି ପ୍ରବାହିତ ହେଉଛି ।

ପାଖାପାଖି ୫୦ ହେକ୍ଟର ଜମି ଜଳମଗ୍ନ ରହିଛି । ମୋଟୁର କୁଇଗୁର ବ୍ରିଜ ଉପରେ ଆଜି ମଧ୍ୟ ୫ରୁ ୭ ଫୁଟ ପାଣି ପ୍ରବାହିତ ହେଉଛି । ମାଲକାନଗିରି ଠାରୁ ରାଞ୍ଚି ବିଜୟୱାଡ଼ାକୁ ସମ୍ପୂର୍ଣ୍ଣ ଯାନବାହନ ଚଳାଚଳ ଠପ ହୋଇଛି । ୫ଟି NDRF ଟିମ୍‌ ମୁତୟନ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.