Below header

ଡିଜିଟାଲ ମିଡିଆ ଉପରେ ନିୟନ୍ତ୍ରଣ ପାଇଁ ଆସିବ ଆଇନ୍‌, ସଂସଦରେ ବିଲ୍‌ ପାସ୍‌ ହେଲେ ପଞ୍ଜିକରଣ ଜରୁରୀ

ନୂଆଦିଲ୍ଲୀ: ଡିଜିଟାଲ ମିଡିଆ ଉପରେ ନିୟନ୍ତ୍ରଣ ପାଇଁ ଆସିବ ଆଇନ୍‌ । ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏ ନେଇ ସଂସଦରେ ଆସିବ ବିଲ୍‌ । ଏହି ବିଲ୍‌ ପାସ୍‌ ହେଲେ ପ୍ରେସ୍‌ ଆଣ୍ଡ ଦି ରେଜିଷ୍ଟ୍ରେସନ୍‌ ଅଫ୍‌ ବୁକ୍‌ସ ଆକ୍ଟ ୧୮୬୭ ଆଇନ୍‌ର ସ୍ଥାନ ନେବ ନୂଆ ଆଇନ୍‌ ।

ଡିଜିଟାଲ ମିଡିଆ ପାଇଁ ପଞ୍ଜିକରଣ ପାଇଁ ଆବେଦନ କରିବାକୁ ହେବ । ବର୍ତ୍ତମାନ କେବଳ ଖବରକାଗଜକୁ ନିୟନ୍ତ୍ରଣ କରୁଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ଥିବା ରେଜିଷ୍ଟ୍ରାର୍‌ ଅଫ୍‌ ନିଉଜ୍‌ପେପର୍ସ । ନୂଆ ଆଇନ୍‌ ଆସିଲେ ଡିଜିଟାଲ ମିଡିଆ ଉପରେ ନିୟନ୍ତ୍ରଣ ରହିବ । ତେବେ ଏହି ପ୍ରସ୍ତାବ ଏପର୍ଯ୍ୟନ୍ତ କେନ୍ଦ୍ର କ୍ୟାବିନେଟ୍‌କୁ ଆସି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.