ଖରସ୍ରୋତା ନଦୀର ଶାଖା ତନ୍ତି ଘାଇରେ ବୁଡି ଯୁବତୀ ନିଖୋଜ

ଯାଜପୁର (କେନ୍ୟୁଜ୍): ଘାଇରେ ବୁଡ଼ି ଯୁବତୀ ନିଖୋଜ । ଖରସ୍ରୋତା ନଦୀର ଶାଖା ତନ୍ତି ଘାଇରେ ବୁଡି ଯୁବତୀ ନିଖୋଜ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଏରଡା ଗାଁ ନିକଟ ତନ୍ତି ଘାଇ ଘାଟରେ ।

ନିଖୋଜ ଯୁବତୀ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ୨୭ ବର୍ଷୀୟା ମିନୁ ମଲ୍ଲିକ । ଆଜି ସକାଳୁ ତନ୍ତୀ ଘାଇ ଘାଟ କୂଳକୁ ଶୌଚ ହେବାକୁ ଯାଇଥିବା ବେଳେ ନଦୀରେ ବୁଡି ଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକେ ଏବଂ ବରୀ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଖୋଜାଖୋଜି ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.