ଭାଇ ପୋଛିନେଲା ଭଉଣୀର ସିନ୍ଦୁର, ଶଳା ମାଡ଼ରେ ଭିଣୋଇ ମୃତ

କଣ୍ଟାବାଞ୍ଜି (କେନ୍ୟୁଜ୍) : ଶଳା ମାଡ଼ରେ ଭିଣୋଇ ମୃତ। କଣ୍ଟାବାଞ୍ଜି ଥାନା କର୍ଲାବାହାଲି ଗାଁରେ ପାରିବାରିକ କଳହ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଦିଲ୍ଲୀପ ଛୁରା। ଶଳା ଭିଣୋଇଙ୍କ ମଧ୍ୟରେ ଅନେକ ଦିନରୁ କଳହ ଲାଗି ରହିଥିଲା। ଦିଲ୍ଲୀପଙ୍କ ଶଳା ତାଙ୍କ ଘରକୁ ଯାଇ ତାଙ୍କୁ ମାଡ଼ ମାରି ପଳାଇଥିଲେ। ଗୁରୁତର ଅବସ୍ଥାରେ ଦିଲ୍ଲୀପଙ୍କୁ, ପରିବାର ଲୋକେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିବା ପରେ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଡାକ୍ତର କହିଥିଲେ। ତାଙ୍କର ମୃତ୍ୟୁ ହୋଇଥିଲା। କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଏକ ହତ୍ୟା ମାମଲା ରୁଜୁ କରି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.