ଆତ୍ମହତ୍ୟା ଲାଇଭ୍, ଚଳନ୍ତା ଟ୍ରକକୁ ଡେଇଁ ଜୀବନ ହାରିଲେ ଯୁବକ

ନୂଆପଡ଼ା (କେନ୍ୟୁଜ୍) : ଆତ୍ମହତ୍ୟା LIVE। ଚଳନ୍ତା ଟ୍ରକ୍ ଚକା ତଳେ ଜୀବନ ହାରିଲେ ଯୁବକ। ସିସିଟିଭିରେ କଏଦ ହେଲା ଆତ୍ମହତ୍ୟାର ଲୋମଟାଙ୍କୁରା ଦୃଶ୍ୟ। ନୂଆପଡ଼ା ସଦର ଥାନା ସମ୍ମୁଖରେ ଘଟିଛି ଏହି ହୃଦୟ ବିଦାରକ ଦୃଶ୍ୟ। ଆତ୍ମହତ୍ୟା କରିଥିବା ଯୁବକ ଜଣକ ନୂଆପଡ଼ା ଥାନା ମହୁଆଭଟା ଗାଁର ରାଜୁ ଶବର। ଗତକାଲି ସଂନ୍ଧ୍ୟାରେ ରାଜୁ ସହରରେ ବୁଲୁଥିବାବେଳେ ହତାଠ୍ ଚଳନ୍ତା ଟ୍ରକ ତଳକୁ ଡେଇଁ ପଡିଥିଲେ। ଟ୍ରକର ପଛଚକା ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ଜୀବନ ଚାଲିଯାଇଥିଲା। ଆତ୍ମହତ୍ୟାର କାରଣ ଜଣାପଡିନଥିବାବେଳେ ନୂଆପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.