Below header

କଅଁଳ ବୟସରେ କୋଟିପତି, କେମିତି କିଣିଲେ ୫୫ କୋଟିରେ ନିଜର ଘର ?

କୁହାଯାଏ ବୟସର ଅଧିନ ନୁହେଁ କୌଣସି ପ୍ରତିଭା । ବେଳେ ବେଳେ ଛୋଟ ପିଲା ମଧ୍ୟ ଏମିତି କିଛି କାମ କରିଯାଆନ୍ତି ଯାହାର ଚିନ୍ତା ବଡ଼ ମାନେ ମଧ୍ୟ କରିପାରିନଥାନ୍ତି । ବୟସ ମାତ୍ର ୬ ବର୍ଷ । ହେଲେ ଏହି କଅଁଳ ଖେଳ କୁଦ ବୟସରେ କୋଟିପତି ହୋଇପାରିଛନ୍ତି ଦକ୍ଷିଣ କୋରିଆର ବୋରମ୍ । ନିକଟରେ ନିଜ ଆୟରୁ ୮ ମିଲିୟନ୍ ଡଲାର୍ ଅର୍ଥାତ୍ ୫୫ କୋଟିରେ ଏକ ପଂଚତାଲା ବିଲ୍ଡିଂ ମଧ୍ୟ କିଣିଛନ୍ତି । ତେବେ ଜାଣିବାକୁ ଚାହୁଁଥିବେ ଏତେ କମ୍ ବୟସରେ ଏତେ ଟଙ୍କା କେମିତି ରୋଜଗାର କଲେ ବୋରମ୍ ।

ଏହା ସହ ପଢନ୍ତୁ, ସାତ ବର୍ଷର ପିଲା ହେଲେ ବାର୍ଷିକ ଆୟ ୧୫୪ କୋଟି ! ! ଜାଣନ୍ତୁ ରୋଜଗାର କରିବାର ବାଟ

ବୋରମଙ୍କର ୟୁଟ୍ୟୁବ୍ ମାଧ୍ୟମରୁ କରିଥାନ୍ତି ରୋଜଗାର । ଅର୍ଥାତ୍ ବୋରମ୍ ହେଉଛନ୍ତି ଜଣେ ୟୁଟ୍ୟୁବର । ତାଙ୍କର ୟୁଟ୍ୟୁବରେ ଦୁଇଟି ଚ୍ୟାନେଲ୍ ଅଛି । ଯେଉଁଥିରେ ସେ ଖେଳନା ରିଭ୍ୟୁ କରନ୍ତି । ବର୍ତ୍ତମାନ ବୋରମଙ୍କର ଏକ ଭିଡିଓ ଟ୍ରେଣ୍ଡ କରୁଛି ଯାହାକୁ ମିଳିଛି ୩୭.୬ କୋଟି ରିଭ୍ୟୁ ।

ତେବେ ବିବାଦ ସହ ମଧ୍ୟ ବୋରମଙ୍କର ରହିଛି ସମ୍ପର୍କ । ୨୦୧୭ରେ ସେ ଏକ ଭିଡିଓ କରିଥିଲେ ଯେଉଁଥିରେ ସେ ନିଜ ବାପାଙ୍କର ପର୍ସ ଚୋରାଇଥିଲେ । ଏହି ଭିଡିଓ ପରେ ଫ୍ୟାମିଲି କୋର୍ଟ ବୋରମଙ୍କର ମାତା ପିତାଙ୍କର ଡାକି କାଉସିଂଲିଙ୍ଗ ପାଇଁ ଆଦେଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.