ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ କ୍ଲାସିକ୍ ଟୁର୍ଣ୍ଣାମେଣ୍ଟ, ଋତୁପର୍ଣ୍ଣାଙ୍କୁ ଡବଲ୍ ସଫଳତା

ବ୍ୟାଡମିଣ୍ଟନରେ ଋତୁପର୍ଣ୍ଣାଙ୍କୁ ଡବଲ୍ ସଫଳତା। ନାଇଜେରିଆରେ ଅନୁଷ୍ଠିତ ଲାଗୋସ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ କ୍ଲାସିକ୍ ଟୁର୍ଣ୍ଣାମେଣ୍ଟରେ ଡବଲ ସଫଳତା ହାସଲ କରିଛନ୍ତି ଋତୁପର୍ଣ୍ଣା ପଣ୍ଡା। ମିକ୍ସଡ ଡବଲ୍ସରେ ରୌପ୍ୟ ଓ ମହିଳା ଡବଲ୍ସ ପ୍ରତିଯୋଗୀତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମିକ୍ସଡ ଡବଲ୍ସ ଫାଇନାଲରେ ମନୀଷା କେ. ଓ ଏମ୍.ଆର୍ ଯୋଡିଠାରୁ ୨୧-୧୬, ୨୧-୧୭ ଗେମ୍ରେ ପରାସ୍ତ ହୋଇ ରନର୍ସଅପ୍ ହୋଇଥିଲେ। ସେହିପରି ଶୁକ୍ରବାର ଅନୁଷ୍ଠିତ ମହିଳା ଡବଲ୍ସ ସେମିଫାଇନାଲ ମ୍ୟାଚରେ ତୁର୍କୀ ଯୋଡିଙ୍କ ନିକଟରୁ ୨-୧ ଗେମ୍ରେ ପରାସ୍ତ ହୋଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.