Below header

ଆଜି ରାତିରେ ଦେଖିବାକୁ ମିଳିବ ଉଲକାପାତ: ରାତି ୧୨ରୁ ସକାଳ ପର୍ଯ୍ୟନ୍ତ ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ

ଆଜି ରାତିରେ ଆପଣମାନେ ମହାଜାଗତିକ ଦୃଶ୍ୟ ଦେଖିବାର ସୁଯୋଗ ପାଇବେ। ଯାହା ପୂର୍ବରୁ କେବେ ଦେଖିନଥିବେ। ଆଜି ଅର୍ଥାତ୍ ରବିବାର ୨୮ ଜୁଲାଇ ରାତିରେ ଉଲକା ପିଣ୍ଡ ପଡୁଥିବାର ଦୃଶ୍ୟ ଦେଖିବାକୁ ମିଳିବ। ରାତିରେ ଡେଲଟା ଏକ୍ସେରିଡ ଉଲକାପାତ ପତନର ଅଦ୍ଭୁତ ରୂପ ନଜର ଆସିବ। ଏହା ରାତି ୧୨ଟାରୁ ଆରମ୍ଭ କରି ସକାଳ ପର୍ଯ୍ୟନ୍ତ ହେବ। ଯଦି ବାୟୁମଣ୍ଡଳ ସ୍ବଚ୍ଛ ରହେ, ତେବେ ଏହାକୁ ଆପଣ ଅତି ସହଜରେ ଦେଖିପାରିବେ। ଅମାବାସ୍ୟା ନିକଟ ହେବା କାରଣରୁ ଚନ୍ଦ୍ରମା କିରଣ କମ୍ ରହିବ ଏବଂ ଏହି ଉଲକାପାତ ସ୍ବଚ୍ଛ ଭାବେ ନଜର ଆସିବ। ଉଲକାପାତ ଏକ୍ସେରିଡ ନକ୍ଷତ୍ର ପଟରୁ ନଜର ଆସିବ।

୧୨ ଜୁଲାଇରୁ ଆରମ୍ଭ ହେଲାଣି ଉଲକାପାତ
ଏହି ଉଲକାପାତା ୧୨ ଜୁଲାଇରୁ ଆରମ୍ଭ ହୋଇ ୨୩ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ବୋଲି ଆର୍ଯ୍ୟଭଟ୍ଟ ପ୍ରଶିକ୍ଷଣ ବିଜ୍ଞାନ ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ ଡା ଅନିଲ ପାଣ୍ଡେ କହିଛନ୍ତି। ଏହି ଉଲକାପିଣ୍ଡ ୨୮ ଜୁଲାଇରେ ଅଧିକ ଦେଖାଯିବ ବୋଲି ସେ କହିଛନ୍ତି। ବୈଜ୍ଞାନିକଙ୍କ ଅନୁଯାୟୀ ଏବେ ପରସିଡ ଉଲକାପାତ ଚାଲିଛି, ଯାହାର ଅବଧି ୧୭ ଜୁଲାଇରୁ ୨୪ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଏହା ୧୨ ଅଗଷ୍ଟରେ ମଧ୍ୟ ୨୮ ଜୁଲାଇ ଭଳି ଉଲକାପାତ ହେବ କିନ୍ତୁ ପୂର୍ଣ୍ଣମୀ ହୋଇଥିବାରୁ ଏହା ସଠିକ ଭାବେ ଦେଖାଯିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.