Below header

ଆଜିଠାରୁ ମିଳିବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାର୍ଥୀଙ୍କ ସାର୍ଟିଫିକେଟ

ଭୁବନେଶ୍ବର (କେନ୍ୟୁଜ୍) : ଆଜିଠାରୁ ମିଳିବ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାର୍ଥୀଙ୍କ ସାର୍ଟିଫିକେଟ। ପରୀକ୍ଷାର୍ଥୀଙ୍କ ଅରିଜିନାଲ ପାସ୍ ସାର୍ଟିଫିକେଟ, ମାଇଗ୍ରେସନ ସାର୍ଟିଫିକେଟ, ଏଫ୍ ଗ୍ରେଡ ପରୀକ୍ଷାର୍ଥୀଙ୍କ ମାର୍କସିଟ ସମେତ ସମସ୍ତ ପରୀକ୍ଷାର୍ଥୀଙ୍କ ଟାବୁଲେସନ ରେଜିଷ୍ଟ୍ରାର ଆଜି ଓ ଆସନ୍ତାକାଲି ଜିଲ୍ଲା ମୁଖ୍ୟକାର‌୍ୟ୍ୟାଳୟରେ ମିଳିବ। ଶିକ୍ଷାନୁଷ୍ଠାନର ମୁଖ୍ୟ କିମ୍ବା ତାଙ୍କ ପ୍ରତିନିଧି ବୋର୍ଡ ପକ୍ଷରୁ ସ୍ଥିରୀକୃତ କାର‌୍ୟ୍ୟାଳୟରୁ ନିଜ ନିଜ ପରୀକ୍ଷାର୍ଥୀଙ୍କ ସାର୍ଟିଫିକେଟ, ମାର୍କସିଟ ସଂଗ୍ରହ କରିପାରିବେ। ସଂପୃକ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀମାନେ ମାର୍କସିଟ ବିତରଣ ପ୍ରକ୍ରିୟା କିଭଳି ଶୃଙ୍ଖଳିତ ହେବ ସେ ଦିଗରେ ଧ୍ୟାନ ଦେବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି। ସ୍କୁଲ ପ୍ରଧାନଶିକ୍ଷକ ବା ତାଙ୍କ ପ୍ରତିନିଧି ସାର୍ଟିଫିକେଟ ଗ୍ରହଣ କରିବା ସମୟରେ ଠିକ ଭାବେ ଯାଞ୍ଚ କରିବେ। ଯଦି କୌଣସି ତ୍ରୁଟି ଦେଖାଦିଏ ତେବେ ତୁରନ୍ତ ଦାୟିତ୍ୱରେ ଥିବା ବୋର୍ଡ ଅଧିକାରୀଙ୍କୁ ଅବଗତ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.