Below header

ବିଶ୍ୱକପ୍‌ : ଲଗାତର ଚତୁର୍ଥ ବିଜୟ ହାସଲ କଲା ପାକିସ୍ତାନ

ଲିଡ୍‌ସ : ଚଳିତ ବିଶ୍ୱ କପ୍‌ର ୩୬ତମ ମ୍ୟାଚ୍‌ରେ ଆଜି ଆଫଗାନିସ୍ତାନକୁ ୩ ଓ୍ଵିକେଟ୍‌ରେ ହରାଇ ପାକିସ୍ତାନ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୯ ଓ୍ଵିକେଟ୍‌ରେ ୨୨୭ ରନ୍‌ କରିଥିଲା । ଜବାବରେ ପାକିସ୍ତାନ ୪୯.୪  ଓଭରରେ ୭ ଓ୍ଵିକେଟ୍‌ ହରାଇ ବିଜୟଲକ୍ଷ୍ୟ ହାସଲ କରିଥିଲା । ଦଳ ପକ୍ଷରୁ ଇମାମ ଉଲ୍‌ ହକ୍‌ ୩୬, ବାବର ଆଜମ ୪୫ ରନ୍‌ ସ୍କୋର କରିଛନ୍ତି ।
ଏହି ବିଜୟ ଫଳରେ ପାକିସ୍ତାନ ଏବେ ୯ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି । ଦଳ ମୋଟ୍‌ ୮ଟି ମ୍ୟାଚ୍‌ ଖେଳି ୪ଟି ବିଜୟ ଓ ୩ଟି ପରାଜୟ ହାସଲ କରିଛି ।

ଆସନ୍ତାକାଲି ୩୮ତମ ମ୍ୟାଚ୍‌ରେ ଭାରତ ଏବଂ ଆୟୋଜକ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍‌ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.