Below header

ବଦଳିଲା ସଡକ ସୁରକ୍ଷା ନିୟମ, ଏବେ ଆମ୍ବୁଲାଏନ୍ସକୁ ବାଟ ନଛାଡିଲେ ଦେବାକୁ ପଡିବ ୧୦ହଜାର ଟଙ୍କା ଜରିମାନା

ନିକଟରେ ସଂଶୋଧିତ ଯାନବାହାନ ନିୟମାବଳୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷାତାରେ କ୍ୟାବିନେଟରେ ପାସ କରାଯାଇଛି। ଏହି ନୂଆ ନିୟମ ଅନୁଯାୟୀ ଯଦି ଆପଣ ରାସ୍ତାରେ କିଛି ସାଧାରଣ ନିୟମର ଉଲଂଘନ କରୁଛନ୍ତି ତେବେ ଆପଣଙ୍କୁ ଭରିବାକୁ ପଡିବ ମୋଟା ଅଙ୍କର ଜରିମାନା।

ଯାନବାହନ ନିୟମ-୧୯୮୮ ଦ୍ରୁଢୀକରଣ କରିବା ପାଇଁ ଏଥିରେ ଅନେକ ପ୍ରକାରର ସଂଶୋଧନ କରାଯାଇଛି। ଏଥିସହ ବାରମ୍ବାର ସଡକ ନିୟମର ଅବମାନନା କରାଯାଉଥିବାରୁ ଏଥିର ମୋଟା ଅଙ୍କ ଜରିମାନା ହାସଲ କରିବାର ବ୍ୟବସ୍ତା କରାଯାଇଛି।
ଆସନ୍ତୁ ନଜର ପକାଇବା କଣ ରହିଛି ନିୟମ ଉଲଂଘନର ଜରିମାନା

Traffic police

-ନିର୍ଧାରିତ ବେଗ ଠାରୁ ଅଧିକ ବେଗରେ ଗାଡିଚାଲିଲେ ୧୦୦୦ ରୁ ୨୦୦୦ଟଙ୍କା ଜରିମାନା ଦେବାକୁ ପଡିବ।

-ବିନା ଇନ୍ସୁରେନ୍ସ ରେ ଗାଡିଚଲାଇଲେ ଜରିମାନା ୨୦୦୦ଟଙ୍କା ।

-ବିନା ହେଲମେଟରେ ଗାଡିଚାଳନା ୧୦୦୦ଟଙ୍କା ଏଥିସହ ୩ମାସ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ।

-ଆମ୍ବୁଲାଏନ୍ସ କୁ ବାଟ ନଛାଡିଲେ ୧୦୦୦୦ ଟଙ୍କା ଜରିମାନା ।

-ଟ୍ରାଫିକ ଅଧିକାରୀଙ୍କ ଆଦେଶର ଅବମାନନା କଲେ ୨୦୦୦ଟଙ୍କା ଜରିମାନା ।

-ବିନା ପ୍ରମାଣପତ୍ରରେ ଅନାଧିକୃତ ଗାଡିଚାଳନା ପାଇଁ ୫୦୦୦ଟଙ୍କା ଜରିମାନା।

-ବିପଦପୂର୍ଣ୍ଣ ଗାଡିଚାଳନା ପାଇଁ ୫୦୦୦୦ଟଙ୍କା ଜରିମାନା।

-ନିଶା ସେବନ କରି ଗାଡିଚାଳନା ପାଇଁ ୧୦୦୦୦ଟଙ୍କା ଜରିମାନା।

-ବିନା ସିଟବେଲ୍ଟରେ ଗାଡିଚାଳନା ପାଇଁ ୧୦୦୦ଟଙ୍କା ଜରିମାନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.