Below header

ଖୁବ ଶୀଘ୍ର ଘରକୁ ଫେରିବେ ଅପହୃତ ଓଡ଼ିଆ ନାବିକ, ଟ୍ଵିଟ୍ କରି ସୂଚନା ଦେଲେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ୍) : ଖୁବ ଶୀଘ୍ର ଘରକୁ ଫେରିବେ ଅପହୃତ ଓଡ଼ିଆ ନାବିକ ସୁଦୀପ ଚୌଧୁରୀ । ନାଇଜେରିଆରେ ଅପହର୍ତ୍ତାଙ୍କ କବଳରେ ଦୁଇ ମାସ ରହିବା ପରେ ସୁଦୀପଙ୍କ ସହ ମୁକୁଳଛନ୍ତି ଅନ୍ୟ ୪ଜଣ । ଏମାନଙ୍କ ମୁକ୍ତି ନେଇ ଟ୍ଵିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି, ଖୁବଶୀଘ୍ର ସେମାନଙ୍କୁ ଭାରତ ଫେରାଇ ଅଣାଯିବ ।

୨୦୧୯ ଏପ୍ରିଲ ୧୯ରେ ୫ ଜଣ ଭାରତୀୟ ନାବିକଙ୍କୁ ବୋନି ଦ୍ୱୀପରେ ଅପହରଣ କରିଥିଲେ ନାଇଜେରିଆ ଜଳଦସ୍ୟୁ । ସୁଦୀପଙ୍କ ଘର ବ୍ରହ୍ମପୁରରେ । ମର୍ଚାଣ୍ଟ ନେଭିରେ ଥାର୍ଡ ଅଫିସର ଭାବରେ କାର‌୍ୟ୍ୟରତ ଅଛନ୍ତି । ସୁଦୀପଙ୍କ ମୁକ୍ତି ଖବର ପାଇ ପରିବାର ଓ ଆତ୍ମୀୟ ଖୁସି ପ୍ରକାଶ କରିଛନ୍ତି ।

nabikaସୁଦୀପଙ୍କ ମୁକ୍ତି ପାଇଁ ତାଙ୍କ ଭାବିପତ୍ନୀ ତତ୍କାଳୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ, ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟାଳୟକୁ ଅନୁରୋଧ କରିଥିଲେ । ସେମାନଙ୍କୁ ଜଳଦସ୍ୟୁଙ୍କ କବଳରୁ ମୁକୁଳାଇବା ପାଇଁ ବାରମ୍ବାର ଗୁହାରି କରିବା ପରେ ପଦକ୍ଷେପ ନେଇଥିଲେ କେନ୍ଦ୍ର ସରକାର । କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ, ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ ଓ ନାଇଜେରିଆରେ ଅବସ୍ଥାପିତ ଭାରତୀୟ ଦୂତାବାସଙ୍କ ମିଳିତ ଉଦ୍ୟମରେ ସମସ୍ତଙ୍କୁ ସୁରକ୍ଷିତ ଭାବରେ ମୁକ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.