Below header

ରାୟଗଡ଼ା: ଥମୁନି ଲଜ୍ଜା, ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ରାୟଗଡ଼ା(କେନ୍ୟୁଜ୍): ଥମୁନି ଲଜ୍ଜା। ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଚାଟିକୋଣା ଗାଁରେ ଏହି ଅମାନୁଷିକ ଘଟଣା ଘଟିଛି। ଗାଁର ଦୁଇ ଜଣ ନାବାଳକ ଏହି ଘଟଣା ଘଟାଇଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ପକ୍ଷରୁ ବିଷମକଟକ ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ଅନୁଯାୟୀ ଗତ ୧୭ ତାରିଖ ଦିନ ଘରେ କେହି ନଥିବାବେଳେ ସେହି ଗାଁର ଦୁଇ ଜଣ ନାବାଳକ ଘରୁ ଡାକିନେଇ ଦୁଷ୍କର୍ମ କରିଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.