ପୁଣି ନାବାଳିକା ମା’, ଯାଜପୁର ଦାନଗଦିରେ ଘଟିଛି ଏହି ଅଭାବନୀୟ ଘଟଣା

ଯାଜପୁର(କେନ୍ୟୁଜ୍) : ୧୪ ବର୍ଷର ନାବାଳିକା ହେଲା ମା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଦାନଗଦି ବ୍ଲକ ଅନ୍ତର୍ଗତ ଏକ ଗାଁରେ । କିଛିଦିନ ତଳୁ ରେଲୱେ ବିଭାଗରେ ଠିକାଦାର ଭାବେ କାମ କରୁଥିବା ପିଣ୍ଟୁ ଜେନା ଗ୍ରାମରେ ପାଣିର ଅଭାବ ଥିବାରୁ ନାବାଳିକାକୁ ପାଣି ଜୋଗାଇବା ପାଇଁ ନିୟୋଜିତ କରିଥିଲା । ସେଥିପାଇଁ ତାକୁ ମାସକୁ ୧୦୦୦ଟଙ୍କା ଲେଖା ଦେଉ ଥିଲା। ପରବର୍ତ୍ତୀ ସମୟରେ ପିଣ୍ଟୁ ଜେନା ଝିଅଟି ସହ ଶାରୀରିକ ସମ୍ପର୍କ ରଖିଥିଲା।

photo_2019-01-18_11-38-05 ପିଣ୍ଟୁ ଜେନା ତାର ନିଜ ମୁଣ୍ଡକୁ ଛୁଆଁଇ କାହାରି କୁ ଏକଥା ନକହିବାକୁ କହିଥିଲା । ତେବେ ଏକଥା କାହାରିକୁ ନକହି ଚୁପ୍ ହୋଇ ରହିଯାଇ ଥିଲା ଝିଅଟି। ଯେତେବେଳେ ସେ ୫ ମାସର ଗର୍ଭବତୀ ହୋଇଯାଇଥିଲା ସେତେବେଳେ ସେହି ଗାଁ ର ଆଶା ଦିଦି ଜାଣି ପାରି ତାକୁ ପଚାରି ଥିଲେ। ପରେ ଆଶା ଦିଦି ପାଖରେ ସେ ସବୁ କଥା କହିଥିଲା। ଆଶା ଦିଦି ତାଙ୍କ ଘର ପରିବାରକୁ ଏହି କଥା ଜଣାଇଥିଲେ ।

photo_2019-01-18_11-19-25ତା ପରେ ଝିଅଟିର ପରିବାର ଲୋକେ କଳିଙ୍ଗନଗର ଥାନାରେ ଅଭିଯୋଗ କରିଥିଲେ। ଗତକାଲି କଳିଙ୍ଗ ଥାନା ପୋଲିସ ଓ ନାବାଳିକାର ବାପା ଯାଜପୁର ଜିଲ୍ଲା କୋର୍ଟକୁ ଆସିଥିଲେ। ଫେରିବା ସମୟରେ ବାଟରେ ଝିଅଟିର ପ୍ରସବ ଯନ୍ତ୍ରଣା ହୋଇଥିଲା। ନାବାଳିକାକୁ ଦାନଗଦି ସ୍ୱାସ୍ଥ୍ଯ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଝିଅଟି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲା। ସମୟ ପୁର୍ବରୁ ପିଲା ଜନ୍ମ ହେବା ଓ ଶିଶୁର ଓଜନ କମ ହୋଇଥିବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରଯାଇଥିଲା।

photo_2019-01-18_11-38-00 ଉଭୟ ମା ଓ ଶିଶୁ ବର୍ତ୍ତମାନ ସୁସ୍ଥ ଅଛିନ୍ତି ବୋଲି ସୂଚନା ମିଳିଛି । ଯାହା ଜଣାପଡିଛି ଅଭିଯୁକ୍ତ ବର୍ତ୍ତମାନ ଫେରାର ଅଛି । ଏହି ସମ୍ବେଦନଶୀଳ ଘଟଣାକୁ କଳିଙ୍ଗ ନଗର ପୋଲିସ ତଦନ୍ତ କରୁଛି । ଅନ୍ୟ ପକ୍ଷରେ ଶିଶୁ କଲ୍ୟାଣ ବିଭାଗ ଓ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଘଟଣାକୁ ଗୁରୁତର ସହ ନେଇ ଘଟଣାସ୍ଥଳରେ ପହଞ୍ଚି ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି । ଏବଂ ସମସ୍ତ ପ୍ରକାର ଆଇନଗତ ସହଯୋଗ ଓ ସୁରକ୍ଷା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି।

Leave A Reply

Your email address will not be published.