Below header

ସ୍ୱାମୀଙ୍କୁ ବିନା ହେଲମେଟରେ ଧରିଲେ ମହିଳା ଟ୍ରାଫିକ୍ ପୁଲିସ,ଆଉ ତାପରେ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ : ଟ୍ରାଫିକ୍ ସିଗନାଲ ଭାଙ୍ଗିବା ପରେ ପୁଲିସ ଚାଲାଣ କାଟିଥାଏ,ତାହା ସମସ୍ତଙ୍କୁ ଜଣାଥାଏ। କିନ୍ତୁ ଟ୍ରାଫିକ ନିୟମ ଭାଙ୍ଗି ମଧ୍ୟ ଚାଲାଣ ନ କାଟି ଚକୋଲେଟ ଏବଂ ଫୁଲ ଦେବା କଥା ବୋଧହୁଏ କେବେ ଶୁଣି ନଥିବେ? ଆଜ୍ଞା ହଁ ! ହରିୟାଣାର ଝଜ୍ଜରରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ସବୁଠାରୁ ଖାସ୍ କଥା ହେଉଛି,ପୁଲିସ ଫୁଲ ଏବଂ ଚକୋଲେଟ ବାଣ୍ଟୁଥିଲେ। ଠିକ ସେହି ସମୟରେ ଜଣେ ମହିଳା ଟ୍ରାଫିକ୍ ପୁଲିସଙ୍କ ସ୍ୱାମୀ ବିନା ହେଲମେଟରେ ସେଇ ବାଟ ଦେଇ ଯାଉଥିଲେ । ମହିଳା ପୁଲିସକର୍ମୀ ନିଜ ସ୍ୱାମୀଙ୍କୁ ଅଟକାଇବା ସହ ତାଙ୍କୁ ଫୁଲ ଏବଂ ଚକୋଲେଟ୍ ଦେଇଥିଲେ ।

ଏହା ସହ ଏଥର ଫୁଲ ଏବଂ ଚକୋଲେଟ୍ ଦେଉଛି, ଆଗକୁ ଏଭଳି ଭୁଲ୍ କଲେ ଚାଲାଣ କାଟିବି କହି ନିଜ ସ୍ୱାମୀଙ୍କୁ ଛାଡ଼ିଥିଲେ ମହିଳା ପୋଲିସ । ମହିଳା ପୁଲିସକର୍ମୀ ଜଣଙ୍କ ନିଜ ସ୍ୱାମୀଙ୍କୁ ଫୁଲ ଦେଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.