Below header

ଜୟପୁର : ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା, ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଗିରଫ

ଜୟପୁର (କେ ନ୍ୟୁଜ୍‌) : ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ । କୋରାପୁଟ ଜୟପୁରର ଏକ ସ୍କୁଲରେ ଏହି ଘଟଣା ଘଟିଛି । ଯାହାର ତଦନ୍ତ ଦାୟିତ୍ୱ ନେଇଛି ସ୍ଥାନୀୟ ଶିଶୁ କଲ୍ୟାଣ କମିଟି । ତେବେ ପୋଲିସ୍‌ ତଦନ୍ତରୁ ଜଣାପଡ଼ିଛି ଯେ ଏଥିପାଇଁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଦାୟୀ । ତେଣୁ ପୋଲିସ୍‌ ତାଙ୍କୁ ଗିରଫ କରିଛି । ସେ ହେଉଛନ୍ତି ୬୦ ବର୍ଷ ବୟସ୍କ ରାଜେନ୍ଦ୍ର ରଥ । ଘରେ ଓ ହଷ୍ଟେଲରେ ସେ ବାରମ୍ବାର ସଂପୃକ୍ତ ଛାତ୍ରୀ ସହିତ ଦୁଷ୍କର୍ମ କରିଥିଲେ । ଏବେ ସେ ତିନି ମାସର ଗର୍ଭବତୀ । ଏକଥା ମାନିବା ପରେ ତାଙ୍କୁ ପୋଲିସ୍‌ ଗିରଫ କରିଛି । ଜୟପୁର ଏସ୍‌ଡିପିଓ ବରୁଣ ଗୁଣ୍ଠପାଲି ଏ ନେଇ ସୂଚନା ଦେଇଛନ୍ତି । ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୁକ୍ତକୁ କଠୋର ଶାସ୍ତି ଦେବାକୁ ଲୋକେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.