Below header

ଲୋକଙ୍କ ବ୍ୟକ୍ତିଗତ ଜୀବନକୁ ରେକର୍ଡ କରିବ କ୍ୟାମେରା, ବଦଳରେ ମିଳିବ ୧.୩ ଲକ୍ଷ ଟଙ୍କା

କଳିଯୁଗକୁ ସ୍ମାର୍ଟଯୁଗ ବୋଲି କହିଲେ ମଧ୍ୟ ଭୁଲ ହେବ ନାହିଁ । ଏହି କିଛି ବର୍ଷ ଭିତରେ ଯୁଗ ଯେ କେତେ ଆଗେଇ ଗଲାଣି ତାର କୌଣସି ଠିକଣା ନାହିଁ । ଜାପାନର ଏକ କମ୍ପାନୀ ଏକ ଭିନ୍ନ ନିଷ୍ପତ୍ତି ନେଇଛନ୍ତି । ଏହି କମ୍ପାନୀ ଲୋକଙ୍କ ବ୍ୟକ୍ତିଗତ ଜୀବନକୁ ରେକର୍ଡ କରିବାକୁ ଚାହୁଁଛନ୍ତି । ଏହା ବଦଳରେ ସେ ଲୋକଙ୍କୁ ୧୮୩୦ ଡଲାର ବା ୧.୩ ଲକ୍ଷ ଟଙ୍କା ଦେବେ ବୋଲି ମଧ୍ୟ ସ୍ଥିର କରିଛନ୍ତି । ଏଥିପାଇଁ ଲୋକଙ୍କୁ ନିଜ ଘରର ସମସ୍ତ ରୁମରେ କମ୍ପାନୀ ତରଫରୁ କ୍ୟାମେରା ଲଗାଯିବ । ଏହା ଦ୍ୱାରା ଘରେ ରହୁଥିବା ଲୋକ ମାନଙ୍କର ଗତି ବିଧି ଉପରେ ପ୍ରତି ମୁହୂର୍ତ୍ତରେ ନଜର ରଖାଯାଇ ପାରିବ । ଏଥିରେ ଲୋକଙ୍କୁ କୌଣସି ପ୍ରକାର ଆଦେଶ ଦିଆଯିବ ନାହିଁ । ଘର ଲୋକେ ସାଧାରଣ ଭାବେ ନିଜ ଜୀବନଶୈଳୀ ଅତିବାହିତ କରିବେ । କିନ୍ତୁ ଘରେ ଲାଗିଥିବା କ୍ୟାମେରା ରେକର୍ଡ ଏସବୁର ରେକର୍ଡିଙ୍ଗ କରିବ ।

rupees

ଏକ ମାସର ଅବଧି ଶେଷ ହେବା ପରେ ଏହି ଭିଡିଓ ଗୁଡିକୁ ଏଡିଟିଂ କରାଯାଇ ବିଭିନ୍ନ କମ୍ପାନୀ ମାନଙ୍କୁ ନିକଟକୁ ପଠାଯିବ । କମ୍ପାନୀ ମାନେ ଏଗୁଡିକର ବ୍ୟବହାର କରି ନିଜ ନିଜ ମାର୍କେଟିଙ୍ଗ, ଆଡ଼ଭରଟାଇଜିଙ୍ଗ ଭଳି ଭିନ୍ନ ଭିନ୍ନ କ୍ଷେତ୍ର ମାନଙ୍କରେ ବ୍ୟବହାର କରି ପାରିବେ । କମ୍ପାନୀ ତରଫରୁ ଆହୁରି ମଧ୍ୟ କୁହାଯାଇଛି କି ବ୍ୟକ୍ତିଙ୍କ ଚେହେରା ଯେପରି ସ୍ପଷ୍ଟ ନ ଦେଖାଯିବ ସେହି ପରି ଭିଡିଓ ଗୁଡିକୁ ଏହି ଭଳି ଏଡିଟିଂ କରାଯିବ । ପ୍ଲାଜ୍ମା କମ୍ପାନୀ ତରଫରୁ ଏହି ପ୍ରୋଜେକ୍ଟ ଟିର ନାମ ଏକ୍ସଓଗ୍ରାଫ ରଖାଯାଇଛି । ଏଯାବତ ଏଥିପାଇଁ ପ୍ରାୟ ୫୦୦ ଲୋକ ଚୁକ୍ତି ବଦ୍ଧ କରିସାରିଲେଣି । କମ୍ପାନୀ ସିଇଓ ହିରୋକୀ ଇନୋଙ୍କ କହିବା ଅନୁଯାୟୀ ଏହି ପ୍ରୋଜେକ୍ଟ ମାଧ୍ୟମରେ ଆମେ ଲୋକଙ୍କ ଦିନଚର୍ଯ୍ୟା ବିଷୟରେ ଡିଟେଲରେ ଜାଣି ପାରିବୁ ।

ଏହା ସହ ପଢନ୍ତୁ: ପିଜ୍ଜା ପାଇଁ ଅର୍ଡର କରି ୯୫,୦୦୦ ଟଙ୍କା ଠକାମୀର ଶିକାର ହେଲେ ଯୁବକ, ଜାଣନ୍ତୁ ପୂରା ଘଟଣା

ଗାଧେଇ ସାରି କଣ କରୁଛନ୍ତି, ରୋଷେଇ ଘରେ କଣ କରୁଛନ୍ତି ସେ ବିଷୟରେ ମଧ୍ୟ ତଥ୍ୟ ପାଇପାରିବେ । ହିରୋକୀଙ୍କ ଅନୁଯାୟୀ ଡାଟା କଲେକଟ କରିବାର ଏହା ସର୍ବ ଶ୍ରେଷ୍ଠ ମାଧ୍ୟମ । ପ୍ଲାଜ୍ମା କମ୍ପାନୀ ପ୍ରଥମେ ଏହାର ମୂଲ୍ୟ ବ୍ୟକ୍ତି ପିଛା ୮୭ ହଜାର ଟଙ୍କା ରଖିଥିବା ବେଳେ ପରେ ଏହାକୁ ବଢ଼ାଇ ୧ ଲକ୍ଷ ୩୦ ହଜାର ରଖିଛନ୍ତି । ଆଉ ଏକ ରିପୋର୍ଟ ଅନୁଯାୟୀ ଚୁକ୍ତି ସ୍ଵାକ୍ଷର କରିଥିବା ୫୦୦ ଲୋକଙ୍କ ଭିତରୁ ୪୦ ପ୍ରତିଶତ ଲୋକ କେବଳ ଟଙ୍କା ପାଇବା ପାଇଁ ହଁ ଭରିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.