Below header

ରସୁଲଗଡ ଛକରେ ହାଇଡ୍ରାମା, ଦୁର୍ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ମହିଳା ଖୁଆଇଲେ ଚପଲ ମାଡ

ବ୍ୟକ୍ତିଙ୍କ ଗାଲ ପାଚିଗଲା ଚପଲ ମାଡରେ । ଗୁମ୍‌ ଗାମ୍‌ ଖାଲି ବସାଉଥିଲେ ଦୁଇ ମହିଳା। ମହିଳା ଦୁଇଜଣ ବ୍ୟକ୍ତିଙ୍କୁ ଏମିତି ଭାବେ ମାଡ ମାରିଲେ ଯେ ସଙ୍ଗେ ସଙ୍ଗେ ଲୋକ କଣ ହେଇଛି ବୋଲି ଜାଣିବାକୁ ରୁଣ୍ଡ ହୋଇଗଲେ ।

ଭୁବନେଶ୍ୱର (କେନ୍ୟୁଜ) : ବ୍ୟକ୍ତିଙ୍କ ଗାଲ ପାଚିଗଲା ଚପଲ ମାଡରେ । ଗୁମ୍‌ ଗାମ୍‌ ଖାଲି ବସାଉଥିଲେ ଦୁଇ ମହିଳା। ମହିଳା ଦୁଇଜଣ ବ୍ୟକ୍ତିଙ୍କୁ ଏମିତି ଭାବେ ମାଡ ମାରିଲେ ଯେ ସଙ୍ଗେ ସଙ୍ଗେ ଲୋକ କଣ ହେଇଛି ବୋଲି ଜାଣିବାକୁ ରୁଣ୍ଡ ହୋଇଗଲେ । ଚାହୁଁ ଚାହୁଁ ରସୁଲଗଡ ଛକରେ ଭିଡ ଜମିଗଲା ଲୋକଙ୍କର । ସମସ୍ତେ ଦେଖୁଥାନ୍ତି ମହିଳା ଦୁଇଜଣ ଜଣେ ବ୍ୟକ୍ତିଙ୍କୁ ମୁହଁକୁ ମୁହଁ ଖାଲି ମାଡ ମାରୁଛନ୍ତି । ପୁଣି ଆଉ ଜଣେ ମହିଳା ଚପଲ ଧରି ସେକୁଛନ୍ତି । ଏମିତି କିଛି ସମୟ ଯାଏଁ ରସୁଲ ଗଡ ଛକରେ ଚାଲିଲା ହାଇ ଡ୍ରାମା ।

କଣ ହେଇଛି ? କାହିଁକି ଏ ବ୍ୟକ୍ତି ଏମିତି ଚପଲ ମାଡ ଖାଉଛନ୍ତି ବୁଝିଲା ବେଳକୁ ଜଣାପଡିଲା ଏ ମହିଳାଙ୍କୁ ଏ ବ୍ୟକ୍ତି ରାସ୍ତାରେ ଗଲାବେଳେ ଦୁର୍ବ୍ୟବହାର କରିଛନ୍ତି ବୋଲି ଅଭିଯୋଗ ଆସିଛି । ଯାହାପରେ ଏମିତି ମାଡ ମାରୁଛନ୍ତି ଏ ମହିଳା । ସୂଚନା ମୁତାବକ ରସୁଲଗଡ ଛକରେ ଜଣେ ମହିଳାଙ୍କୁ ଅଶାଳୀନ ବ୍ୟବହାର ଏ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ଘଟଣାସ୍ଥଳରେ ବ୍ୟକ୍ତିଙ୍କୁ ଅଟକାଇ ଚପଲରେ ସେକିଦେଇଗଲେ ମହିଳା ଓ ତାଙ୍କ ସାଥି ।

ବେଶ୍‌ କିଛି ସମୟ ଧରି ରାଜଧାନୀ ରାଜରାସ୍ତାରେ ଦେଖିବାକୁ ମିଳିଲା ଏ ଚିତ୍ର । ଏସବୁ ଦେଖି କେହି ଜଣେ ପୋଲିସକୁ ଖବର ଦେଲେ । ଯାହାପରେ ପୋଲିସ ପହଁଚି ବ୍ୟକ୍ତି ଓ ମହିଳାଙ୍କୁ ଥାନାକୁ ନେଇଛି । ତେବେ ଏ ସମ୍ପର୍କରେ ବ୍ୟକ୍ତିଙ୍କ ପ୍ରତିକ୍ରୀୟା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.